ଭୁବନେଶ୍ବର : ଗୁଜରାଟର ଅହମ୍ମଦାବାଦରେ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡରେ ୮ ଜଣ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ଅଗ୍ନି ନିରାପତ୍ତା ଯାଞ୍ଚ ହୋଇଥିଲା। ତିନିଦିନ ଧରି ଯାଞ୍ଚ ଚାଲିବା ପରେ ଆଜି ଶେଷ ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୪୧ କୋଭିଡ୍ ହସ୍ପିଟାଲ ଓ ୧୩୩ଟି କୋଭିଡ୍ କେୟାର ସେଣ୍ଟରରେ ଯାଞ୍ଚ କରାଯାଇଛି। ସମସ୍ତ କୋଭିଡ୍ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପଲବ୍ଧ ରହିଛି। କୋଭିଡ୍ କେୟାର ସେଣ୍ଟରରେ ଅସ୍ଥାୟୀ ଭାବେ ଅଗ୍ନି ନିର୍ବାପକ ଯନ୍ତ୍ର ସହ ବାଲ୍ଟିରେ ପାଣି ଓ ବାଲି ରଖାଯାଇଛି। ଅଭିଜ୍ଞ ଅଗ୍ନିଶମ କର୍ମଚାରୀ ସମସ୍ତ ୧୭୪ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ତାଲିମ ଦେଇଛନ୍ତି।
/sambad/media/post_attachments/wp-content/uploads/2020/08/WhatsApp-Image-2020-08-09-at-9.34.51-PM-1.jpeg-300x169.jpg)
ସୁରକ୍ଷାକର୍ମୀ, ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅଗ୍ନିକାଣ୍ଡ ମୁକାବିଲା ନେଇ ତାଲିମ ପ୍ରଦାନ କରା ଯାଇଥିବା ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଏହା ସହ ବିପର୍ଯ୍ୟୟ ଉପରେ କିପରି ନଜର ରଖିବେ, ଯଦି କୌଣସି ଅଘଟଣ ଘଟିଲା ତାହାଲେ କିପରି ମୁକାବିଲା କରିବେ ସେ ନେଇ ମଧ୍ୟ ତାଲିମ ଦିଆ ଯାଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। କୋଭିଡ୍ କେୟାର ସେଣ୍ଟରରେ କେବଳ ଅଗ୍ନି ନିର୍ବାପକ ଯନ୍ତ୍ର ସାହା ଭରସା ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/WhatsApp-Image-2020-08-09-at-9.34.51-PM.jpeg.jpg)