ଗୋପ: ବହୁଦିନ ଧରି ବିପଦସଂକୁଳ ଅବସ୍ଥାରେ ଝୁଲିରହିଛି କେନାଲ ବ୍ରିଜ୍। ବାରମ୍ବାର ଅଭିଯୋଗ ପରେ ବି ମରାମତି ପାଇଁ ପ୍ରଶାସନର ନିଦ ଭାଙ୍ଗୁନି। କେତେବେଳେ ଯେ ଏହି ସେତୁ କାହାର ଜୀବନ ନେବ ତାକୁ ନେଇ ଆତଙ୍କିତ ସ୍ଥାନୀୟ ବାସିନ୍ଦା। ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗୋପ ଜଳସମ୍ପଦ ବିଭାଗ ଅଧୀନ ତିନିମୁହାଁଣି ନିକଟସ୍ଥ ନିମାପଡ଼ା ବ୍ରାଞ୍ଚ କେନାଲର ମଦରଙ୍ଗ ପାରିଚଢ଼େଇ ଗ୍ରାମ ନିକଟରେ। ସେତୁଟି ବିପଦସଂକୁଳ ଅବସ୍ଥାରେ ଥିବା ବେଳେ ଏହାର ସୁରକ୍ଷା ପ୍ରାଚୀର ଭାଙ୍ଗି ଝୁଲି ରହିଛି। ସେତୁ ଉପରେ ନିକଟସ୍ଥ ଗ୍ରାମର ଶତାଧିକ ଜନସାଧାରଣ ଯାତାୟାତ ପାଇଁ ନିର୍ଭର କରୁଥିବା ବେଳେ ପାଚେରି ଭୁଶୁଡ଼ିବା ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ ଏହି ସେତୁ କୁଶଭଦ୍ରା ନଦୀର ଜୀବନରେଖା କୁହାଯାଉଥିବା ତିନିମୁହାଁଣିକୁ ସିଧାସଳଖ ସଂଯୋଗ କରୁଥିବା ବେଳେ ମାତ୍ର ୧୦ ଫୁଟ୍ ଦୂରତାରେ ରହିଛି। ଏହି କେନାଲ ବ୍ରିଜ ଭୁଶୁଡ଼ିଲେ ତିନିମୁହାଁଣି ସ୍ଲୁଇସ୍ ଗେଟ୍ ଉପରେ ନିଶ୍ଚିତ ପ୍ରଭାବ ପଡ଼ିବା ସହ ବିପଦ ଘନେଇବ। ବ୍ରିଜ୍ର ଯଥାଶୀଘ୍ର ମରାମତି କରାନଗଲେ ଏହା କେତେବେଳେ ଭୁଶୁଡ଼ିବା ସହ ଧନଜୀବନ ନଷ୍ଟ କରିବ ସେ ଆଶଙ୍କାକୁକୁ ଏଡ଼ାଇ ଦିଆଯାଇନପାରେ। ଏ ନେଇ ଗୋପ ଜଳ ସମ୍ପଦ ବିଭାଗ ସହକାରୀ ଅଧୀକ୍ଷଣ ଯନ୍ତ୍ରୀ ସଂଗ୍ରାମ ମହାନ୍ତିଙ୍କୁ ପଚାରିବାରେ ସେ କହିଲେ, ଖୁବ୍ ଶୀଘ୍ର ଏହି କାର୍ଯ୍ୟ ଶେଷ ହେବ।
ବିପଦସଂକୁଳ କେନାଲ ବ୍ରିଜ୍: ମରାମତି ପାଇଁ ପ୍ରଶାସନର ନିଦ ଭାଙ୍ଗୁନି
/sambad/media/post_attachments/wp-content/uploads/2024/03/gjgdjgjgjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)