ଆକାଶ ପାଠକଙ୍କ ବିରୋଧରେ ଠକେଇ ମାମଲା: ଝାରପଡ଼ା ଜେଲରେ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଆକାଶ ପାଠକଙ୍କୁ ଝାରପଡ଼ା ଜେଲରେ ଜେରା କରୁଥିବା ଜଣାଯାଇଛି। ଚାକିରି କରାଇବା ନାଁରେ ଠକେଇ ମାମଲାରେ ଆକାଶ ପାଠକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩ ଜଣିଆ ଟିମ୍ ଝାରପଡ଼ା ଜେଲରେ ପହଞ୍ଚି ଜେରା କରୁଛି।

ଏନେଇ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ଠାରୁ ଅନୁମତି ମିଳିବା ପରେ ଜେରା କରାଯାଉଛି। ଟାଟା କଂପାନିରେ ଚାକିରି କରାଇବା ନାଁରେ ଠକେଇ ଅଭିଯୋଗରେ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପୂର୍ବରୁ ଏହି ମାମଲାରେ ଅଭୟ ପାଠକ ଓ ତାଙ୍କ ପରିବାରକୁ ଜେରା କରାଯାଇସାରିଛି। ଏହା ସହ ମୋଟ୍ ୩୦ ଜଣଙ୍କୁ ଜେରା କରି ସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମାମଲାରେ ଆଗକୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଜେରା କରାଯିବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର