ସାରଥୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି  କୋର୍ଟରେ ଆବେଦନ କଲା ଇଡି

ଭୁବନେଶ୍ୱର : ବିବାଦରେ ଛନ୍ଦି ହୋଇ ଜେଲ୍‌ରେ ଥିବା ବହୁଚର୍ଚ୍ଚିତ ସାରଥୀ ବାବା ଓରଫ ସନ୍ତୋଷ କୁମାର ରାଉଳଙ୍କ ଠାବ କରାଯାଇଥିବା ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ସ୍ଥାନୀୟ ଖୋର୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ପ୍ରାଥମିକ ଆବେଦନ କରାଯାଇଛି।  ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ସାରଥୀଙ୍କର ୧୧.୪୦ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ଗତ ଫେବ୍ରୁଆରି ୨୮ରେ ଏସବୁ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ପ୍ର୍ରକ୍ରିୟା ଆରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର