ବୌଦ୍ଧ : ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ର ଚଢ଼ଉ, ୨୮୮ ବସ୍ତା ଧାନ ଜବତ

ଜହ୍ନାପଙ୍କ : ବୌଦ୍ଧ ଜିଲ୍ଲା ପ୍ରଶାସନ ଦ୍ବାରା ଉପ ଜିଲ୍ଲାପାଳଙ୍କ ଅଶ୍ୱିନୀ ମେହେରଙ୍କ ନେତୃତ୍ବରେ ଗଠିତ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୮୮ ବସ୍ତା ଧାନ ଜବତ କରିଛି। ମଙ୍ଗଳବାର ସକାଳେ ସ୍କ୍ଵାଡ୍‌ର ସଦସ୍ୟମାନେ ଗୋଟିଏ ଗାଡ଼ିରେ ଖୁଣ୍ଟବନ୍ଧ ଛକ ନିକଟରେ ରାସ୍ତା କଡ଼ରେ ଧାନ ବୋଝେଇ ହେଉଥିବା ବେଳେ ଗାଡ଼ି ସହ ୧୯୨ କ୍ବିଣ୍ଟାଲ୍ ଧାନ ଜବତ କରିଥିଲେ। ସେହିପରି ଖୁଣ୍ଟବନ୍ଧ ସମିତିର ଧାନ ମଣ୍ଡିରେ ଗଚ୍ଛିତ ହୋଇ ଥିବା ୯୬ ବସ୍ତା ଧାନର କେହି ଦାବିଦାର୍ ନଥିବାରୁ କିମ୍ବା ସେଠାରେ କୌଣସି ଚାଷୀ ଉପସ୍ଥିତ ନଥିବାରୁ ସ୍କ୍ବାଡ୍‌ ପକ୍ଷରୁ ଜବତ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ବିଭୁପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହା ସହ ସମବାୟ ନିବନ୍ଧକ, ଆର୍‌ଏମ୍‌ସି କର୍ମଚାରୀ ଓ ସମବାୟ ପ୍ରତିନିଧି ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର