ଭୂତ ଠିକାଦାରଙ୍କ ରାସ୍ତା କେଳେଙ୍କାରୀ : କନିଷ୍ଠ ଯନ୍ତ୍ରୀ ବହିଷ୍କୃତ, ଏସ୍‌ଡିଓ ନିଲମ୍ବିତ

ବରଗଡ଼ : ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ରେ ଭୂତ ଠିକାଦାରଙ୍କ ଦ୍ବାରା କାମ ଓ କିଛି କାମ ନ ହୋଇ ଦୁଇଟି ରାସ୍ତାର ବିଲ୍‌ ଉଠାଣ ଘଟଣାରେ ସରକାର ଚିହିଁକିଛନ୍ତି। ଆଜି ଏହି ଘଟଣାରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ତପନ ଦାଶଙ୍କୁ ବହିଷ୍କାର ଏବଂ ଏସ୍‌ଡିଓ ଗଗନ ବିହାରୀ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି। ତେବେ ଭୂତ ଠିକାଦାରଙ୍କ ସଂପର୍କରେ ଏବେ ବି ସମସ୍ତେ ଅନ୍ଧାରରେ ଅଛନ୍ତି। କେହି ଏ ନେଇ ମୁହଁ ଖୋଲୁ ନାହାନ୍ତି। ସୂଚନାଯୋଗ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଭେଡ଼େନ୍‌ ବ୍ଲକ୍‌ରେ ଦପକା ଗାଁକୁ ୩ କିଲୋମିଟର ଲମ୍ବ ବିଶିଷ୍ଟ ରାସ୍ତା ଏବଂ ବୟପୁରରୁ ଆଖିଫୁଟା ଗାଁ ୪ କିଲୋମିଟର୍‌ ରାସ୍ତାର ଉନ୍ନତିକରଣ ପାଇଁ ୬ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ମାର୍ଚ୍ଚ ପ୍ରଥମ ସପ୍ତାହରେ ଟେଣ୍ଡର ହୋଇଥିଲା। ସେଠାରେ କାମ କିଛି ହୋଇନାହିଁ। କିନ୍ତୁ ମାର୍ଚ୍ଚ ୩୦ ତାରିଖ କାମ ସରିଥିବା ଦର୍ଶାଇ ସଂପୃକ୍ତ ଠିକାଦାର ବିଲ୍‌ ଭାଉଚର୍‌ କରି ଟଙ୍କା ଉଠାଇ ନେଇଥିଲେ।

ସମ୍ବନ୍ଧିତ ଖବର