ପୁରୀ ବଡ଼ଦାଣ୍ଡରୁ ଘରକୁ ଫେରିଲେ ଇଞ୍ଜିନିୟର ଭିକାରି …. 

ଭୁବନେଶ୍ବର: ପୁରୀ ବଡ଼ଦାଣ୍ଡରୁ ନିଜ ଘରକୁ ଫେରିଛନ୍ତି ଭିକ ମାଗୁଥିବା ଇଞ୍ଜିନିୟର ଭିକାରୀ। ବଡ଼ଦାଣ୍ଡରେ ଭିକ୍ଷା ବୃତି କରୁଥିବା ଗିରିଜା ଶଙ୍କର ମିଶ୍ରଙ୍କୁ ନିଜ ଘରକୁ ଫେରାଇ ନେଇଛନ୍ତି ପରିବାର ଲୋକେ। ଗତକାଲି ବଡ଼ଦାଣ୍ଡରେ ଭିକ୍ଷା ମାଗୁଥିବା ପ୍ଲାଷ୍ଟିକ ଇଞ୍ଜିନିୟରଙ୍କ କଥା ସମସ୍ତ ଗଣମାଧ୍ୟମରେ ମୁଖ୍ୟ ଖବର ପାଲଟିଥିଲା। ଇଞ୍ଜିନିୟରିଂ କରି ସେ କ’ଣ ପାଇଁ ପୁରୀରେ ଭିକ ମାଗୁଥିଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବଚୀ ସୃଷ୍ଟି କରିଥିବା ବେଳେ ଏହାର ଉତ୍ତର ରଖିଥିଲେ ପାଠୁଆ ଭିକାରୀ ଗିରିଜା ଶଙ୍କର। ତାଙ୍କ କହିବା ମୁତାବକ, ତାଙ୍କ ଘର ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ହୋଇଥିବା ବେଳେ ସେ ପାଠ ପଢି ଚାକିରି ମଧ୍ୟ କରିଥିଲେ। ହେଲେ କରପୋରେଟ ଜଗତର ସାଲିସ ଜୀବନ ତାଙ୍କୁ ଭଲ ନ ଲାଗିବାରୁ ସିଧା ପୁରୀ ବଡ଼ଦାଣ୍ଡରେ ପହଞ୍ଚି ଭିକ୍ଷା ବୃତ୍ତିକୁ ଆପଣେଇ ନେଇଥିଲେ। ଆଉ ଏବେ ଖବର ପ୍ରସାରଣ ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ନେଇଛନ୍ତି।

ସୂଚନା ମୁତାବକ, ଗତକାଲି ବଡ଼ଦାଣ୍ଡରେ ଜଣେ ରିକ୍ସ‌ା ଚାଳକଙ୍କ ସହିତ ଗଣ୍ଡଗୋଳ ହେବା ପରେ ଗିରିଜା ଶଙ୍କର ରିକ୍ସ‌ା ଚାଳକଙ୍କୁ ମାଡ଼ ମାରି ରକ୍ତାକ୍ତ କରିବା ସହିତ ନିଜେ ଆହତ‌ ହୋଇଥିଲେ। ପରେ ଗିରିଜା ଶଙ୍କର ଏ ନେଇ ପୁରୀ ଟାଉନ୍‌ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ତେବେ ତାଙ୍କ ଏତଲାରୁ ନୂଆ କଥା ସାମ୍ନାକୁ ଆସିଥିଲା। ଇଂରାଜୀରେ ସେ ଯେଉଁ ଏତଲାଟି ଲେଖିଥିଲେ ତାହା ଥିଲା ସଂପୂର୍ଣ୍ଣ ନିର୍ଭୁଲ ଓ ଉଚ୍ଚକୋଟୀର। ଭିକ୍ଷାବୃତ୍ତି କରୁଥିବା ଜଣେ ବ୍ୟକ୍ତି ନିର୍ଭୁଲ ଭାବେ ଏଭଳି ଏତଲା ଲେଖିବା ଘଟଣା ପରେ ଗିରିଜା ଶଙ୍କରଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଜାଣିବାକୁ ପୁଲିସ ବାବୁଙ୍କ ଆଗ୍ରହ ବଢିଥିଲା।

ଯାହା ପରେ ତାଙ୍କ ପରିଚୟ ସାମ୍ନାକୁ ଆସିଥିଲା। ତାଙ୍କ ବାପା ଜଣେ ପୁଲିସ ଡିଏସ୍‌ପି ହୋଇଥିବା ବେଳେ ଘର ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳରେ ଥିବା ଜଣା ପଡ଼ିଥିଲା। ସେ ଜଣେ ମେଧାବୀ ଛାତ୍ର ଓ ରାଜ୍ୟର ଏକ ପ୍ରତିଷ୍ଠିତ କଲେଜରୁ ବିଏସ୍‌ସି ପାସ୍‌ କରିଥିଲେ। ପରେ ପୁଣି ଇଂଜନିୟରିଂ ଆଡ଼କୁ ମନ ବଳାଇ ଡିଗ୍ରି ଇଂଜିନୟରିଂ କରିବା ସହ  ଏକ ପ୍ଲାଷ୍ଟିକ ଇଂଜିନିୟରିଂ କଲେଜରେ ତିନି ବର୍ଷ ପାଇଁ ଅଧ୍ୟାପନା ମଧ୍ୟ କରିଥିଲେ।

ସମ୍ବନ୍ଧିତ ଖବର