ଦୁର୍ଘଟଣାରେ ଯନ୍ତ୍ରୀଙ୍କ ମୃତ୍ୟୁ

ଆନନ୍ଦପୁର: ଘସିପୁରା ଥାନା ନାରଙ୍ଗପୁର ନିକଟରେ ବାଇକ୍ ଦୁର୍ଘଟଣାରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ମାରାଣ୍ଡି (୩୨)ଙ୍କ ମୃତ୍ୟୁ ଘଟିଛି। ଗତକାଲି ସେ ବାଇକ୍ ଯୋଗେ ନିଜଘର ଟାଙ୍ଗିରିଆପାଳରୁ ଆନନ୍ଦପୁର ଆସୁଥିବା ବେଳେ ରାତି ପ୍ରାୟ ୯ଟାବେଳେ ନାରଙ୍ଗପୁର ନିକଟରେ ଏକ ଷଣ୍ଢ ସହ ଧକ୍କା ହୋଇଥିଲେ। ତାଙ୍କୁ ପ୍ରଥମେ କେଶଦୁରାପାଳ ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଘସିପୁରା ପୁଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି।

ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରଜତ କୁମାର ସେଠୀ, ସିଂଗରାଇ ମାରାଣ୍ଡି, ଗୀତାଞ୍ଜଳି ଚକ୍ର, କର୍ମଚାରୀ ରବି ମହାପାତ୍ର, ଉପେନ୍ଦ୍ର ଦାସ, ବିଜୟ ସାହୁ, ପ୍ରସନ୍ନଜିତ ପଟ୍ଟନାୟକ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଶେଷଦର୍ଶନ କରିଛନ୍ତି।

ସମ୍ବନ୍ଧିତ ଖବର