ଟ୍ରକ୍‌ ଧକ୍କାରେ ଯନ୍ତ୍ରୀ ମୃତ

ଗଂଜାମ : ଗଂଜାମ ଥାନା ଅଧୀନ ଋଷିକୁଲ୍ୟା ବ୍ରିଜ୍‌ରେ ଆଜି ରାତି ପ୍ରାୟ ସାଢେ ୮ଟାରେ ଟ୍ରକ୍‌ ଧକ୍କାରେ ଆଦିତ୍ୟ ବିରଳା କଂପାନି ଯନ୍ତ୍ରୀ ଚିରଞ୍ଜିବୀ ସାମଲଙ୍କ ମୃତ୍ୟୁ ହୋଇଛି। କର୍ମଚାରୀ ଜିତୁ ପଟ୍ଟନାୟକ ଗୁରୁତର ହୋଇଛନ୍ତି। ଚିରଞ୍ଜିବୀ ଓ ଜିତୁ ଆଜି ରବିବାର ଥିବାରୁ ଏକ ବାଇକ୍‌ରେ ଛତ୍ରପୁରସ୍ଥିତ ଏକ ହୋଟେଲ୍‌କୁ ଖାଇବାକୁ ଯାଉଥିଲେ। ଏହି ସମୟରେ ଋଷିକୁଲ୍ୟା ବ୍ରିଜ୍‌ ଶେଷ ଭାଗରେ ବିପରୀତ ପଟୁ ଆସୁଥିବା ଏକ ଟ୍ରକ୍‌ ସାମ୍ନାପଟୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇଥିଲା। ଘଟଣାସ୍ଥଳରେ ହିଁ ଚିରଞ୍ଜିବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜିତୁଙ୍କୁ ଗୁୁରୁତର ଅବସ୍ଥାରେ ପ୍ରଥମେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ଏବଂ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଯାଇଛି। ମୃତକ ଚିରଞ୍ଜିବୀଙ୍କ ଘର ଯାଜପୁର ଜିଲ୍ଲାରେ ଓ ସେ ଗତ ସେପ୍ଟେମ୍ବର ୬ ତାରିଖରେ ବିବାହ କରିଥିଲେ। ଜିତୁଙ୍କ ଘର ଗଂଜାମ ସହରରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର