କୋକସରା: କଳାହାଣ୍ଡି ଜିଲ୍ଲାରେ ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାଯାଇଛି। ଆଜି ମୁଖିଗୁଡା ସ୍ଥିତ ସରକାରୀ କ୍ୱାର୍ଟର୍ସରୁ ତାଙ୍କର ମୃତଦେହ ଉଦ୍ଧାର କରିଛି ଜୟପାଟଣା ପୁଲିସ। ମୃତକ ଜଳ ସଂପଦ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଞ୍ଜିତ କୁମାର କାର୍ଜି।
ସେ ଇନ୍ଦ୍ରାବତୀ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ ବୋଲି ଜଣାଯାଇଛି। ତାଙ୍କ ଘର ପାରଳାଖେମୁଣ୍ଡିରେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଜୟପାଟଣା ପୁଲିସ ବ୍ୟବଚ୍ଛେଦ ଲାଗି ଶବକୁ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Untitled-3.png)