ଝାରସୁଗୁଡ଼ା : ଇବ ନଦୀରେ ବୁଡ଼ିଯାଇ ଶୁକ୍ରବାର ଭୂଷଣ କାରଖାନାର ମେଟେରୋଲୋଜି ବିଭାଗ ଯୁବ ଇଞ୍ଜିନିୟର୍ ଦେବବ୍ରତ ଦାସ (୨୮)ଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ସମ୍ବଲପୁର ଜିଲ୍ଲା ଠେଲ୍କୋଲୋଇ ସ୍ଥିତ ଭୂଷଣ କାରଖାନା ପରିସରରେ ଥିବା ଭୂଷଣ ଟାଉନ୍ସିପ୍ରେ ରହୁଥିବା ଦେବବ୍ରତ ଗତକାଲି ହୋଲି ଖୋଳିବା ପରେ ଇବ୍ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବିଟିଏମ୍ ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ରାତିରେ ପୁଲିସ୍ ଦମକଳ ବାହିନୀ ସହାୟତାରେ ଦେବବ୍ରତଙ୍କ ମୃତ ଦେହ ଉଦ୍ଧାର କରିଥିଲା। ତାଙ୍କ ଘର ରାଉରକେଲାରେ ବୋଲି ଜଣାପଡ଼ିଛି।
ଇବ ନଦୀରେ ବୁଡି ଯନ୍ତ୍ରୀଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2019/03/ib.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)