ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ଅଂଚଳରୁ ଗୋଟିଏ ପରେ ଗୋଟିଏ ଘଟଣା ଉପରୁ ପରଦା ଫିଟିବାରେ ଲାଗିଥିବା ବେଳେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସରକାରୀ ବାବୁମାନେ ଜୋର୍ଦାର୍ ଉଦ୍ୟମ କରିଛନ୍ତି। ଆଜି କନିଷ୍ଠ ଯନ୍ତ୍ରୀ ଟକଲ ଧରୁଆଙ୍କଠାରୁ ସାଢ଼େ ୯ ଲକ୍ଷ ଟଙ୍କା ଭରଣା କରାଯାଇଥିବା ଜଣାପପଡ଼ିଛି। ବିଡିଓ ସରୋଜ କୁମାର ବିଶ୍ବାଳ ସେ ଦୁର୍ନୀତି ସଂପର୍କରେ ଜାଣିବା ପରେ ତୁରନ୍ତ ଟଙ୍କା ଭରଣା କରିବା ପାଇଁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଆଜି ଦାୟୀ ଯନ୍ତ୍ରୀଙ୍କଠାରୁ ସାଢ଼େ ୯ ଲକ୍ଷ ଟଙ୍କା ଭରଣା କରାଯାଇଥିବା ସେ ସୂଚନା ଦେଇଛନ୍ତି। ଏଥି ସହିତ ଏହି ଦୁର୍ନୀତିରେ ତାଙ୍କର ସଂପୃକ୍ତି ନଥିବା ନେଇ ସଫେଇ ଦେଇଛନ୍ତି।
ଅପରପକ୍ଷରେ ଟଙ୍କା ଭରଣା କରାଯାଇଥିବା ଯୁଯୁମୁରା ବ୍ଲକ ଅଂଚଳରେ କୟାକୁଦ ପଞ୍ଚାୟତର ଆମଲିପାଣି, ଘୋଡ଼ାଡିଆଁ ଆଦି ଗାଁ ରାସ୍ତା କଂକ୍ରିଟକରଣ ବ୍ୟବୀତ ଏହି ପଞ୍ଚାୟତର କାରଦର୍ ଗାଁ ରାସ୍ତା ନିର୍ମାଣରେ ୧୦ ଲକ୍ଷ ଟଙ୍କା, ଛାମୁଣ୍ଡା ଜଳାଶୟରେ ୩ ଲକ୍ଷଟଙ୍କା, ବୁଡ଼ିଆକଟା ଚର୍ଚ୍ଚ ନିର୍ମାଣରେ କାମ ବି ୧୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ଏପଟେ କଂଗ୍ରେସ ପରେ ବିଜେପି ପକ୍ଷରୁ ମଧ୍ୟ ଆଜି ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରାଯାଇଛି। ବିଡିଓ ନିର୍ମାଣ କାର୍ଯ୍ୟ ଦେଖିବା ପରେ ହିଁ ବିଲ୍ ପୈଠ କରାଯିବାର ନିୟମ ରହିଛି। ତେଣୁ, ବିଡିଓ ନିଜ ମୁଣ୍ଡରୁ ଦୋଷ ହଟାଇବା ପାଇଁ ଯନ୍ତ୍ରୀଙ୍କଠାରୁ ଟଙ୍କା ଭରଣା କରି ଖସିଯିବାକୁ ଚେଷ୍ଟା କରିଛନ୍ତି। ବିଡିଓ ଶ୍ରୀ ବିଶ୍ବାଳଙ୍କୁ ସୁରକ୍ଷା ଦେବା ପାଇଁ ଶାସକର ଦଳର ଏକ ଗୋଷ୍ଠୀ ଜୋରଦାର ଉଦ୍ୟମ କରୁଥିବା ଅଭିଯୋଗ ଆସିଛି। ଜଣେ ନେତା ଏସବୁ ଦୁର୍ନୀତିର ମୁଖ୍ୟ କାର୍ପଟଦାର ଅଟନ୍ତି। ତେଣୁ, ମୁଖ୍ୟତଃ ଗତ ଏକ ବର୍ଷ ମଧ୍ୟରେ ଯୁଯୁମୁରା ବ୍ଳକ୍ ଅଂଚଳରେ ବ୍ୟାପକ ଦୁର୍ନୀତି ହୋଇଛି। ତେଣୁ, ଏସବୁର ନିରପେକ୍ଷ ତଦନ୍ତ କରିବାକୁ ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/15-12.jpg)
