କେନ୍ଦୁଝର : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

କେନ୍ଦୁଝର : ବିଲ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ସଦର ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରମୋଦ ପଣ୍ଡା ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ପ୍ରମୋଦ ପଣ୍ଡା କାଉଁରୀକଳା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଦାୟିତ୍ବରେ ଥିଲେ। ଏହି ପଞ୍ଚାୟତର ବଉଳମାଳ ଗ୍ରାମ ମହାନ୍ତ ସାହିରୁ ପାତ୍ର ସାହି ପର୍ଯ୍ୟନ୍ତ ରାସ୍ତାକୁ କଂକ୍ରିଟ କରିବା ପାଇଁ ପଞ୍ଚାୟତରୁ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହାର ବିଲ୍‌ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିସହିତ ଆଉ ଏକ ନୂଆ କାମ ଦେବା ବାବଦରେ କାର୍ଯ୍ୟ କରୁଥିବା ୱାର୍ଡମେମ୍ବରଙ୍କୁ ୫ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଯୁଧିଷ୍ଠିର ଗତକାଲି କେନ୍ଦୁଝର ଭିଜିଲାନ୍ସର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଆଜି ସକାଳେ ସଦର ବ୍ଲକ କାର୍ଯ୍ୟାଳୟରେ ଶ୍ରୀ ପଣ୍ଡା ଯୁଧିଷ୍ଠିରଙ୍କଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ମାଡ଼ିବସିଥିଲା। ତାଙ୍କୁ ସେଠାରୁ ଗିରଫ କରାଯିବା ସହ ଏକକାଳୀନ ତାଙ୍କ କ‌ାର୍ଯ୍ୟାଳୟ, କେନ୍ଦୁଝର ସହର କାଶିପୁରରେ ଥିବା ଭଡ଼ାଘର ଓ ପୈତୃକ ବାସଭବନ ଭଦ୍ରକ ସହର ଜଗନ୍ନାଥପୁରରେ ଚଢ଼ଉ କରାଯାଇଛି।

ସମ୍ବନ୍ଧିତ ଖବର