ଟାଙ୍ଗୀ : ଟାଙ୍ଗୀ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟରେ ଝୁଲନ୍ତା ଅବସ୍ଥାରେ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯନ୍ତ୍ରୀ ଜଣକ ସାଲେପୁର ଶିଶୁଆ ବଳଭଦ୍ରପୁର ଅଞ୍ଚଳର ଆକାଶ ଚାନ୍ଦ (୨୫)। ବର୍ଷେ ହେବ ସେ ଟାଟା ଅଧୀନରେ କମର୍ସିଆଲ ଜେଇ ଭାବେ ଟାଙ୍ଗୀ ସେକ୍ସନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ। ଆଜି ରାତି ପ୍ରାୟ ସାଢ଼େ ଦଶଟା ସମୟରେ ଅଫିସ କାର୍ଯ୍ୟାଳୟ ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ଶରୀର ଉଦ୍ଧାର କରାଯାଥିଲା। ଖବର ପାଇ ଟାଙ୍ଗୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା। ହେଲେ ଆକାଶଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ତାଙ୍କର ଏଭଳି ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
ଅଫିସ ଭିତରେ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2021/09/dead-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)