ଦି ଓଡ଼ିଶା ଇଞ୍ଜିନିୟର୍ସ ଫୋରମ୍ ପକ୍ଷରୁ ଇଞ୍ଜିନିୟର୍ସ ଦିବସ : ପ୍ରଫେସର ସୁନୀଲ ଷଡ଼ଙ୍ଗୀଙ୍କୁ ‘ବିଶ୍ବେଶ୍ବରାୟା ସମ୍ମାନ’

କଟକ : ଦି ଓଡ଼ିଶା ଇଞ୍ଜିନିୟର୍ସ ଫୋରମ୍‌ ପକ୍ଷରୁ ଇଞ୍ଜିନିୟର୍ସ ଦିବସ ଯୋବ୍ରାସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଇନ୍‌ଫରମେସନ୍‌ ଟେକ୍ନୋଲୋଜି(ଆଇଏମ୍‌ଆଇଟି) ସମ୍ମିଳନୀ କକ୍ଷରେ ପାଳିତ ହୋଇଛି।

ଉତ୍ସବକୁ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଇଞ୍ଜିନିୟର ମଧୁସୂଦନ ପାଢ଼ୀ ଉଦ୍‌ଘାଟନ କରିଥ‌ିଲେ। ଫୋରମ୍‌ର ଅଧ୍ୟକ୍ଷ ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ବାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ପୁଲିସ ମହାନ‌ିର୍ଦ୍ଦେଶକ ଇଞ୍ଜିନିୟର ବି‌ନୟତୋଷ ମିଶ୍ର ଯୋଗଦେଇଥିଲେ। ଏହି ଅବସରରେ ଏନ୍‌ଆଇଟି ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ସୁନୀଲ କୁମାର ଷଡଙ୍ଗୀଙ୍କୁ ‘ବିଶ୍ବେଶ୍ବରାୟା ସମ୍ମାନ’ ପ୍ରଦାନ କରାଯାଇଥିଲା। ଏଥିସହ ବିଭିନ୍ନ ବିଭାଗରେ କୃତିତ୍ବ ପାଇଁ ଇଣ୍ଡିଆନ ଅଏଲ୍ କର୍ପୋରେସନର ନିର୍ଦ୍ଦେଶକ ଇଞ୍ଜିନିୟର ରଞ୍ଜନ ମହାପାତ୍ର, ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିର୍ଦ୍ଦେଶକ ଇଞ୍ଜିନିୟର ପ୍ରିୟବ୍ରତ ପଟ୍ଟନାୟକ, ଜନସ୍ବାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ଇଞ୍ଜିନିୟର ଭଗବାନ ସାହୁ, ଜଳସଂପଦ ବିଭାଗର ଯନ୍ତ୍ରୀ ଇଞ୍ଜିନିୟର ପଙ୍କଜ ମିଶ୍ରଙ୍କୁ ‘ଗୁଣବତ୍ତା ଯାନ୍ତ୍ରିକ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଉତ୍ସବରେ ଅନୁଷ୍ଠାନର ମୁଖପତ୍ର ‘ଭଟେକ୍ସ’ ଉନ୍ମୋଚିତ ହୋଇଥିଲା।

ଫୋରମର ଉପଦେଷ୍ଟା ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି ସ୍ବାଗତ ଭାଷଣ ଦେଇଥିବା ବେଳେ ‘ଭର୍ଟେକ୍ସ’ର ମୁଖ୍ୟ ସଂପାଦକ ପ୍ରଭାତ ପାଢ଼ୀ ମୁଖପତ୍ର ସଂପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକାରୀ ସଭାପତି ଇଞ୍ଜିନିୟର ବିମଳ ଚନ୍ଦ୍ର ଦାଶ ଅନୁ୍‌ଷ୍ଠାନର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିବା ବ‌େଳେ ସଂପାଦକ ଇଞ୍ଜିନିୟର ଶିଶିର କୁମାର ସାହୁ ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ଇଞ୍ଜିନିୟର ଭକ୍ତକବି ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର