ପୁରୀ: ସମୁଦ୍ରରେ ଗାଧୋଉଥିବା ବେଳେ ଜଣେ ଇଞ୍ଜିନିୟରିଂ ଜଣେ ଛାତ୍ର ଲହଡ଼ିରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ର ହେଲେ ଶ୍ରୀକୃଷ୍ଣା କୁମାର (୧୮)। ସେ ଝାଡଖଣ୍ଡ ବୋକାରୋସ୍ଥିତ (ବିଆଇଟିଏସ୍) ଇଞ୍ଜିନିୟରିଂ କଲେଜର ଛାତ୍ର। ସୂଚନା ଅନୁଯାୟୀ, ଶ୍ରୀକୃଷ୍ଣା କୁମାରଙ୍କ ସହିତ ତାଙ୍କର ତିନି ଜଣ ସାଙ୍ଗ ଏବଂ ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ତାଙ୍କ ଭଉଣୀ ମିଶିକି ପୁରୀକୁ ବୁଲିବାକୁ ଆସିଥିଲେ। ସେମାନେ ଏଠାରେ ଥିବା ଆର୍ଯ୍ୟ ପ୍ୟାଲେସ୍ ହୋଟେଲରେ ରହିଥିଲେ। ପ୍ରତିକୂଳ ପାଣିପାଗ ସତ୍ତ୍ବେ ମଙ୍ଗଳବାର ପୂର୍ବାହ୍ନରେ ସେମାନେ ସମୁଦ୍ରରେ ଗାଧୋଇଥିଲେ। ଏହି ସମୟରେ ଏକ ବଡ଼ ଲହଡ଼ିରେ ଶ୍ରୀକୃଷ୍ଣା ସମୁଦ୍ର ଭିତରକୁ ଭାସି ଯାଇଥିଲେ। ତାଙ୍କ ସହିତ ଥିବା ଅନ୍ୟମାନେ ପାଟି କରିବାରୁ ସେଠାରେ ଉପସ୍ଥିତ ଅଗ୍ନିଶମ ବିଭାଗର ଲାଇଫଗାର୍ଡ ସମୁଦ୍ର ଭିତରେ ଶ୍ରୀକୃଷ୍ଣାଙ୍କୁ ଖୋଜାଖୋଜି କରିଥିଲେ। ଦୀର୍ଘ ସମୟ ପରେ ଶ୍ରୀକୃଷ୍ଣାଙ୍କ ମୃତଦେହ ମହୋଦଧି ନିବାସ ସମ୍ମୁଖ ବେଳାଭୂମିରେ ଲାଗିଥିଲା। ସମୁଦ୍ରକୂଳ ଥାନା ପୁଲିସ ଶବକୁ ଜବତ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଛି।
ସମୁଦ୍ରରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ରଙ୍କ ପ୍ରାଣଗଲା
/sambad/media/post_attachments/wp-content/uploads/2018/12/download-67.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)