ଭୁବନେଶ୍ବର: ସରକାରୀ ଟଙ୍କାକୁ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଦେଲେ ଇଞ୍ଜିନିୟର। ଏଭଳି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଦେଇଛି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ଇଞ୍ଜିନିୟରମାନେ ପାଞ୍ଚ ବର୍ଷ ଅବଧି ମଧ୍ୟରେ ରାଜ୍ୟର ଅନୁସୂଚିତ ଅଞ୍ଚଳରେ ବିକାଶ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ୧୪୮.୭୫ କୋଟି ଟଙ୍କାର ବ୍ୟକ୍ତିଗତ କାରବାର କରିଥିବା ସିଏଜି ରିପୋର୍ଟ କରିଛି। ବୀମା ପ୍ରିମିୟମ ପାଇଁ ଦେୟଠାରୁ ଆରମ୍ଭ କରି ମୋବାଇଲ୍ ଫୋନ୍ ରିଚାର୍ଜ କରିବା ପର୍ଯ୍ୟନ୍ତ, କନିଷ୍ଠ ଇଞ୍ଜିନିୟର (ଜେଇ) ଏବଂ ସହକାରୀ ଇଞ୍ଜିନିୟର(ଏଇ)ମାନେ ସମସ୍ତ ନିୟମକୁ ଉଲ୍ଲଂଘନ କରିଛନ୍ତି।
ବୁଧବାର ଦିନ ରାଜ୍ୟ ବିଧାନସଭାରେ ଏହାର ରିପୋର୍ଟ ଉପସ୍ଥାପନ କରି ସିଏଜି ଏହି ଦୁର୍ନୀତି ସମ୍ପର୍କରେ ସୂଚନା ଦେଇଥିଲା। ସିଏଜି ୨୦୧୮-୧୯ରୁ ୨୦୨୨-୨୩ ପର୍ଯ୍ୟନ୍ତ ୧୧ଟି ଏଜେନ୍ସିର ଅଡିଟ୍ କରି ଏହି ରିପୋର୍ଟ ପ୍ରସ୍ତୁତ କରିଥିଲା । ଅଡିଟ୍ ପରେ ଜଣାପଡ଼ିଥିଲା ଯେ, ସରକାର ଆଇଟିଡିଏକୁ ଅନୁସୂଚିତ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ୧୭୦୯.୪୭କୋଟି ଟଙ୍କା ଦେଇଥିଲେ। ଏଥି ମଧ୍ୟରୁ ସେମାନେ ୧୧୯୦.୪୪ କୋଟି ଟଙ୍କା (୭୦ ପ୍ରତିଶତ) ଖର୍ଚ୍ଚ କରିପାରିବେ ବୋଲି କୁହାଯାଇଥିଲା। ହେଲେ ଆସିଥିବା ଟଙ୍କାକୁ ଆଇଟିଡିଏର ଇଞ୍ଜିନିୟରମାନେ ନିଜ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହାର କରିଥିଲେ।
/sambad/media/post_attachments/newindianexpress/2024-11-14/15pnzvvk/ANI_20241114053417-961839.jpg?rect=0%2C51%2C600%2C338&w=480&auto=format%2Ccompress&fit=max)
ଓଡ଼ିଶା ପୂର୍ତ୍ତ ବିଭାଗ କୋଡ୍ ଅନୁଯାୟୀ, ସରକାର ଦେଇଥିବା ଟଙ୍କାର ଖର୍ଚ୍ଚ ଜେଇ ଏବଂ ଏଇଙ୍କ ନାମରେ ଖୋଲାଯାଇଥିବା ପୃଥକ ଆକାଉଣ୍ଟ ମାଧ୍ୟମରେ ନୁହେଁ, ବରଂ ଆଇଟିଡିଏର ବ୍ୟକ୍ତିଗତ ଲେଜର ଆକାଉଣ୍ଟରୁ କରାଯିବା ଉଚିତ। ହେଲେ ସିଏଜି ଅଡିଟରେ ସାମିଲ ଥିବା ୧୧ଟି ଏଜେନ୍ସି ଏହାର ବିପରୀତ କାମ କରିଥିଲେ। ସରକାର ଦେଇଥିବା ଟଙ୍କାର ଖର୍ଚ୍ଚ ଜେଇ ଏବଂ ଏଇଙ୍କ ନାମରେ ଖୋଲାଯାଇଥିବା ପୃଥକ ଆକାଉଣ୍ଟ ମାଧ୍ୟମରେ କରାଯାଇଥିଲା। ଏଥିପାଇଁ ସେମାନଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ପଠାଯାଇଥିଲା। ଯେତିକି ଟଙ୍କାର କାମ କରାଯାଇଥିଲା, ତା’ଠୁ ଅଧିକ ଖର୍ଚ୍ଚ ହୋଇଥିବା ଦେଖାଇ ଇଞ୍ଜିନିୟରମାନେ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟଙ୍କା ନେଇଥିଲେ। ପରେ ଏହି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରୁ, ଜେଇ ଏବଂ ଏଇମାନେ ନିଜ ବ୍ୟକ୍ତିଗତ ଖର୍ଚ୍ଚ ଆରମ୍ଭ କରିଥିଲେ। ୫ବର୍ଷ ମଧ୍ୟରେ ସେମାନେ ପ୍ରାୟ ୧୪୮.୭୫ କୋଟି ଟଙ୍କାର ବ୍ୟକ୍ତିଗତ କାରବାର କରିଥିଲେ। ମୋବାଇଲ୍ ରିଚାର୍ଜ କରିବା ସହ ବୀମା କରିବାରେ ସେମାନେ ସରକାରୀ ଟଙ୍କାକୁ ବ୍ୟବହାର କରିଥିଲେ।
ଅାଇଟିଡିଏ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଅନେକ କାର୍ଯ୍ୟ ପାଇଁ ଇନଭଏସ୍ ଉପଲବ୍ଧ ନଥିଲା ଏବଂ ଯେଉଁ ଇନଭଏସ୍ ଉପଲବ୍ଧ ଥିଲା, ସେଥିରେ ଭୁଲ ତାରିଖ, ସଂଖ୍ୟା, ଜିଏସଟି ପଞ୍ଜିକରଣ ନଥିବା ଭଳି ଅନେକ ଅନିୟମିତତା ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/27/new-project-5-2025-09-27-10-55-44.jpg)