ରାଉରକେଲା: ପୁରୁଷ ହକି ବିଶ୍ବକପ୍ ପାଇଁ ମଙ୍ଗଲବାର ତିନୋଟି ଦଳ ରାଉରକେଲାରେ ପହଞ୍ଚିଛନ୍ତି। ପୂର୍ବାହ୍ନରେ ଇଂଲଣ୍ଡ୍ ଖେଳାଳି ରାଉରକେଲାରେ ପହଞ୍ଚିଥିବାବେଳେ ଅପରାହ୍ନରେ ନେଦରଲ୍ୟାଣ୍ଡ୍ ଓ ଚିଲି ଦଳ ପହଞ୍ଚିଛନ୍ତି। ଏହି ତିନି ଦଳ ଭୁବନେଶ୍ବରରୁ ସ୍ବତନ୍ତ୍ର ଚାଟାର୍ଡ୍ ଫ୍ଲାଇଟ୍ରେ ବାହାରି ରାଉରକେଲାରେ ପହଞ୍ଚିଥିଲେ। ଖେଳାଳିମାନେ ବିମାନବନ୍ଦରରୁ ସିଧାସଳଖ ବିଶ୍ବକପ୍ ଭିଲେଜ୍କୁ ଯାଇଥିଲେ। ବୁଧବାରଠାରୁ ତିନି ଦଳ ଅଭ୍ୟାସ ଆରମ୍ଭ କରିବେ।
ଗ୍ରୁପ୍ ଡି’ରେ ଆୟୋଜକ ଭାରତ ସମେତ ଇଂଲଣ୍ଡ, ସ୍ପେନ, ୱେଲ୍ସ ଦଳ ସ୍ଥାନିତ। ଇଂଲଣ୍ଡ୍ ଦଳ ତାର ପ୍ରଥମ ମ୍ୟାଚ୍ ୧୩ ତାରିଖରେ ୱେଲ୍ସ ବିପକ୍ଷରେ ଖେଳିବ। ଦ୍ବିତୀୟ ମ୍ୟାଚ୍ ୧୫ ତାରିଖରେ ଭାରତକୁ ଭେଟିବ ଏବଂ ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଜାନୁଆରି ୧୯ ତାରିଖରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳିବ। ସେହିଭଳି ଗ୍ରୁପ୍ ସି’ରେ ସ୍ଥାନିତ ନେଦରଲ୍ୟାଣ୍ଡ୍ ତା’ର ପ୍ରଥମ ମ୍ୟାଚ୍ ଜାନୁଆରି ୧୪ ତାରିଖରୁ ମାଲେସିଆ ବିପକ୍ଷରେ ଖେଳିବ। ଏହି ଷ୍ଟାଡିୟମରେ ୧୬ ତାରିଖରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍ ଏବଂ ଜାନୁଆରି ୧୯ରେ କଳିଙ୍ଗ ଷ୍ଟାଡିୟମରେ ଚିଲି ବିପକ୍ଷରେ ଖେଳିବ। ଗ୍ରୁପ୍ ସି’ରେ ସ୍ଥାନିତ ଚିଲି ଦଳ ଜାନୁଆରି ୧୬ ତାରିଖରେ ମାଲେସିଆ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।
ପ୍ରତିକ୍ରିୟା....
‘ହକି ଖେଳିବା ପାଇଁ ଭାରତ ସର୍ବଦା ଏକ ରୋମାଞ୍ଚକର ସ୍ଥାନ ଅଟେ। ଆମେ ବଡ଼ ଦଳ ବିପକ୍ଷରେ ଖେଳି ବୃହତ୍ ତଥା ସ୍ମରଣୀୟ ବିଜୟ ପଞ୍ଜିକରଣ କରିବାକୁ ଅପେକ୍ଷାରତ। ବିଶ୍ବକପ୍ ଟ୍ରଫି ଉଠାଇବାକୁ ଇଂଲଣ୍ଡ୍ ଏକ ପ୍ରମୁଖ ଦାବିଦାର। ଦଳର ପ୍ରତ୍ୟେକ ଖେଳାଳି ଆତ୍ମବିଶ୍ବାସରେ ଭର୍ପୁର। ଏଣୁ ଫଳାଫଳ ବି ଆମ ସପକ୍ଷରେ ଯିବବୋଲି ଆମର ବିଶ୍ବାସ।’
ଡେଭିଡ୍ ଏମ୍ସ, ଅଧିନାୟକ ଇଂଲଣ୍ଡ୍
‘ଆମର୍ ପ୍ରସୁ୍ତି ଉଚ୍ଚମାନର ରହିଛି। ବିଶ୍ବକପ୍ ଖେଳିବାକୁ ଲମ୍ବା ଯାତ୍ରାପରେ ଭୁବନେଶ୍ବରରେ ପହଞ୍ଚି ଅତ୍ୟାବଶ୍ୟକ ବିଶ୍ରାମ ନେଇଥିଲୁ। ଦଳର ସମସ୍ତ ଖେଳାଳି ଏବେ ସତେଜ ଓ ପ୍ରସ୍ତୁତ। ଗତ ବର୍ଷେ ହେଲା ଦଳ କଠୋର ତଥା ନିଷ୍ଠାପର ପରିଶ୍ରମ କରିଛି; ବିଶ୍ବକପ୍ବେଳେ ପଡ଼ିଆରେ ତା’ର ନିଦର୍ଶନ ଦେଖିବାକୁ ମିଳିବ।’
ପଲ୍ ରେଭିଙ୍ଗଟନ୍, ମୁଖ୍ୟ ପ୍ରଶିକ୍ଷକ ଇଂଲଣ୍ଡ୍
/sambad/media/post_attachments/wp-content/uploads/2023/01/12-11.jpg)
‘ଓଡ଼ିଶାକୁ ଫେରିବା ଓ ଏଠାକାର ଦର୍ଶକଙ୍କ ସମ୍ମୁଖରେ ଖେଳିବା ସବୁବେଳେ ଆନନ୍ଦ ଦେଇଥାଏ। ବିଶ୍ବକପ୍ ପାଇଁ ଦଳ କଡ଼ା ଅଭ୍ୟାସ କରିଛି। ମ୍ୟାଚ୍ ଖେଳିବାକୁ ଶତପ୍ରତିଶତ ପ୍ରସ୍ତୁତ ମଧ୍ୟ। ବିଶ୍ବକପ୍ରେ ଉନ୍ନତ କ୍ରୀଡ଼ାପ୍ରଦର୍ଶନ କରି ଆଶାନୁରୂପ ସଫଳତା ହାସଲ କରିବୁ।’
ଥିଏରୀ ବ୍ରିଙ୍କ୍ମ୍ୟାନ୍, ଅଧିନାୟକ, ନେଦରଲାଣ୍ଡ୍
‘ରାଉରକେଲାସ୍ଥ ନୂଆ ଷ୍ଟାଡିୟମରେ ହଜାର ହଜାଜର ଦର୍ଶକଙ୍କ ସମ୍ମୁଖରେ ଖେଳିବା ପାଇଁ ଆମେ ଉତ୍ସୁକ। ଆମକୁ ପ୍ରତ୍ୟେକ ମ୍ୟାଚ୍ ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ହେବ। ଆମର ପ୍ରଥମ ଲକ୍ଷ୍ୟ ହେଉଛି କ୍ୱାର୍ଟର-ଫାଇନାଲ ପହଞ୍ଚିବା। ଏହାପରେ ସେମିଫାଇନାଲ ଓ ଫାଇନାଲ ପାଇଁ ଲକ୍ଷ୍ୟ ରଖି ତଦନୁଯାୟୀ ପରିଶ୍ରମ ଜାରି ରଖିବୁ।’
ଜେରୋନ୍ ଡେଲମି, ମୁଖ୍ୟ ପ୍ରଶିକ୍ଷକ ନେଦରଲାଣ୍ଡ୍
‘ସର୍ବପ୍ରଥମଥର ଆମ ଦଳ ବିଶ୍ବକପ୍ ଖେଳିବାକୁ ଯାଉଛି। ପ୍ରାୟ ୧ ବର୍ଷ ପୂର୍ବେ ଆମେ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲୁ। ଯେବେଠାରୁ ଯୋଗ୍ୟତା ହାସଲ କଲୁ, ସେବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସୁଃଖଦ ଅନିଭୂତି ଆଣିଦିଏ।
ଫର୍ନାଣ୍ଡୋ ରେଞ୍ଜ୍, ଅଧିନାୟକ ଚିଲି
/sambad/media/post_attachments/wp-content/uploads/2023/01/13-8.jpg)
‘ରାଉରକେଲା ଷ୍ଟାଡିୟମ ବିଷୟରେ ଶିଣିଛୁ। ଏଠାରେ ଖେଳିବା ନୂଆ ଅଭିଜ୍ଞତା ଆଣିବ। ପ୍ରତିଯୋଗିତାରେ ଅନେକଗୁଡ଼ିଏ ଶକ୍ତିଶାଳୀ ଦଳ ଅଛନ୍ତି। ଆଉ ଏହି ଶକ୍ତିଶାଳୀ ଦଳ ବିପକ୍ଷରେ ବିଜୟୀ ଲାଭ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ମୁଁ ଦୃଢ଼ ନିଶ୍ଚିତ ଯେ ଆମ ଖେଳାଳି ଏଠାରେ ଉତ୍କୃଷ୍ଟ ପ୍ରଦର୍ଶନ କରିବେ।’
ଜର୍ଜ ଡାବାଞ୍ଚ୍, ମୁଖ୍ୟ ପ୍ରଶିକ୍ଷକ, ଚିଲି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/11-9.jpg)