ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ୨୮,୦୦୦କୁ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ବର: ଦୀର୍ଘଦିନର ଦାବି ପରେ ଆଜି ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଦାବି ଶୁଣିଛନ୍ତି ରାଜ୍ୟ ସରକାର। ଷ୍ଟାଇପେଣ୍ଡ ବୃଦ୍ଧି ନେଇ ହାଉସ ସର୍ଜନମାନେ ଦାବି କରିିଆସୁଥିବା ବେଳେ ଆସନ୍ତା ୩ ବର୍ଷ ପାଇଁ ଷ୍ଟାଇପେଣ୍ଡ ୨୮୦୦୦ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ଏହା ଜାନୁଆରି ପହିଲା ୨୦୨୧ରୁ ୩ବର୍ଷ ପାଇଁ ଲାଗୁ ହେବ। ୨୦୧୮ରେ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ୨୦ହଜାରକୁ ବୃଦ୍ଧି ପାଇଥିବା ବେଳେ ଏବେ ଏହାକୁ ୨୮ହଜାରକୁ ବୃଦ୍ଧି କରାଯାଇଛି। ଏ ନେଇ ଡିଏମଇଟିଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଉପ-ସଚିବ ରାଜେଶ କୁମାର ଅଗ୍ରୱାଲ। ହାଉସ ସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନର ଧମକ ଦେବା ପରେ ସରକାର ଆଜି ଏହି ଘୋଷଣା କରିଛନ୍ତି।

indianadmissionsguru.com

ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ହାଉସ୍‌ ସର୍ଜନମାନଙ୍କର ଷ୍ଟାଇପେଣ୍ଡ୍ ବୃଦ୍ଧି କରା ନଗଲେ ବିରୋଧସ୍ବରୂପ ୨୨ରୁ କଳାବ୍ୟାଚ ପରିଧାନ ଓ  ୨୮ରୁ ରାଜ୍ୟବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲା ସଂଘ। ଦାବି ପୂରଣ ନ ହେବାରୁ ହାଉସ୍‌ ସର୍ଜନମାନେ ଜାନୁଆରି ୨୨ରୁ କଳାବ୍ୟାଜ୍ ପିନ୍ଧି କାମ କରିବା ଆରମ୍ଭ କରିଥିଲେ। ହେଲେ ଏହା ପରେ ମଧ୍ୟ ସରକାର ଦାବି ପୂରଣ ନକରିିବାରୁ ୨୮ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ ହେବ ବୋଲି ଧମକ ଦେଇଥିଲା ସଂଘ। କିନ୍ତୁ ଆଜି ସରକାର ହାଉସ୍‌ ସର୍ଜନମାନଙ୍କ ଦାବି ପୂରଣ କରି ଷ୍ଟାଇପେଣ୍ଡକୁ ୨୦ରୁ ୨୮ହଜାରକୁ ବୃଦ୍ଧି କରିଛନ୍ତି। ଏହା ଆଗାମୀ ୩ ବର୍ଷ ପାଇଁ ଲାଗୁ ହେବ।

ସମ୍ବନ୍ଧିତ ଖବର