ମଣ୍ଡଳ: ବେଲପଡ଼ା ବ୍ଲକ୍‌ ଧୂମାଭଟା ବୀଣାପାଣି ଡିଗ୍ରି କଲେଜରେ ବେଆଇନ ଭାବେ ଛାତ୍ରଛାତ୍ରୀଙ୍କଠାରୁ ନାମଲେଖା ଓ ଫର୍ମ ପୂରଣ ପାଇଁ ଅଧିକ ଫି ନିଆଯାଉଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ଉକ୍ତ କଲେଜର ଛାତ୍ରଛାତ୍ରୀମାନେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଫି କମ୍‌ କରିବା, କଲେଜ ବସ୍‌ର ସୁବିଧା କରିବା, ଲାଇବ୍ରେରିରେ ଆବଶ୍ୟକ ବହି ଉପଲବ୍‌ଧ କରିବା, ମୁଖ୍ୟ ଫାଟକରେ କଲେଜର ନାମ ଲେଖିବା, ପରିଗ୍ରାଗାର ନିର୍ମାଣ କରିବା ଆଦି ଦାବି କରିଥିଲେ।

Advertisment

ପାଟଣାଗଡ଼ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ବନମାଳୀ ନାଏକ ଧାରଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ଆଲୋଚନା କରିଥିଲେ। ସହକାରୀ ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରି ସେଗୁଡ଼ିକ ପୂରଣ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏନେଇ କଲେଜ ଅଧ୍ୟକ୍ଷ ଦେବାର୍ଚ୍ଚନ ନାଗଙ୍କୁ ପଚାରିବାରୁ ଛାତ୍ରଛାତ୍ରୀଙ୍କ ଯେପରି ସୁବିଧା ହେବ ସେନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।