ଚାଷୀଙ୍କୁ ବିହନ, ତଳି, ମଞ୍ଜି ଓ ସାର ଯୋଗାଣ ସୁନିଶ୍ଚିତ କରାଯାଉ

ମୁଖ୍ୟମନ୍ତ୍ରୀ କୃଷି କ୍ୟାବିନେଟ୍‌ ଡାକନ୍ତୁ: ସମାଜବାଦୀ ପାର୍ଟି

ଭୁବନେଶ୍ବର : ଚାଷୀଙ୍କୁ ବିହନ, ପନିପରିବା ମଞ୍ଜି ଓ ସାର ଯୋଗାଣ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ କୃଷି କ୍ୟାବିନେଟ୍‌ ଡାକନ୍ତୁ ବୋଲି ଦାବି କରିଛି ସମାଜବାଦୀ ପାର୍ଟି।

Twitter

ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ବୋଲି ପାଣିପାଗ ବିଭାଗ କହିଛି। ଆଜିଠାରୁ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି। ବିଳମ୍ବିତ ହେଲେ ମଧ୍ୟ ଏହି ବର୍ଷା ଚାଷ ଓ ଚାଷୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। କିନ୍ତୁ ପ୍ରଥମ ଅସରା ବର୍ଷାରେ ବହୁ ଚାଷୀ ବୁଣାବୁଣି କରିଥିଲେ ଓ ତଳି ପକାଇଥିଲେ। ପରେ ଖରା ହେବା ଯୋଗୁଁ ସେ ତଳି ସବୁ ମରିଯାଇଥିଲା ଓ ବୁଣାବୁଣି ହୋଇଥିବା ଧାନ ରୁଆରୁଇ କରିବା ପାଇଁ କିମ୍ବା ବୁଣାବୁଣି କରିବା ପାଇଁ ଚାଷୀର ବିହନ ଦରକାର। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ କୃଷି କ୍ୟାବିନେଟ୍‌ ଡାକି ଚାଷୀଙ୍କୁ ଆବଶ୍ୟକ ପଡ଼ୁଥିବା ବିହନ, ସାର ଓ ପନିପରିବା ମଂଜି ଯୋଗାଣକୁ ସୁନିଶ୍ଚିତ କରନ୍ତୁ। ଚାଷୀମାନେ କିଭଳି ସୁବିଧାରେ କୃଷି ଋଣ ପାଇପାରିବେ, ସମବାୟ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେବା ଦିଗରେ ମଧ୍ୟ ପଦକ୍ଷେପ ନିଅନ୍ତୁ।

ସମ୍ବନ୍ଧିତ ଖବର