ଭୁବନେଶ୍ବର: ସାରା ଓଡ଼ିଶା ଜଳୁଛି। ତାତିର ତାଉରେ ଓଡ଼ିଶାବାସୀ ସିଜୁଛନ୍ତି। ରାଜ୍ୟରେ ଅସମ୍ଭାଳ ତାତିକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ  ହେଉଥିବା ବେଳେ ଆହୁରି ୩ ଦିନ  ଅସହ୍ୟ ଗରମ ଓ ଗୁଳୁଗୁଳି କଲବଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Advertisment

୨ ଦିନ ଯାଏ ସିଭିୟର ହିଟ୍ ୱେଭ୍‌କୁ ନେଇ ଝାରସୁଗୁଡା ପାଇଁ  ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ।  ଦିନର ତାପମାତ୍ରା ୪୬ ଡିଗ୍ରି ପାର କରିବାର ସମ୍ଭାବନା ରହିଛି ।  ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ତାତିକୁ  ନେଇ ୫  ଜିଲ୍ଲା ବୌଦ୍ଧ ବଲାଙ୍ଗୀର, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡକୁ ହିଟ୍ ୱେଭ୍ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ନୂଆପଡା, ବରଗଡ଼,କଳାହାଣ୍ଡି, ଦେଓଗଡ ଓ ଅନୁଗୁଳ ଏହି ୫  ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ  ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ଯାଜପୁର, କଟକ, ଜଗତସିଂହପୁର, ପୁରୀ ଖୋର୍ଦ୍ଧା, ନୟାଗଡ,ଗଞ୍ଜାମ,କେନ୍ଦୁଝର ,ଢେଙ୍କାନାଳଗଜପତି ଏହି ୧୩ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ ଜାରି  କରାଯାଇଛି। ସେହିପରି ଉଷ୍ମ ରାତ୍ରି ପାଇଁ ସମ୍ବଲପୁର ସୁନ୍ଦରଗଡ ଓ ବଲାଙ୍ଗୀର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।  

ଗ୍ରୀଷ୍ମ ପ୍ରବାହକୁ ନେଇ ଆସନ୍ତାକାଲି ଗୁରୁବାର ପାଇଁ ବୌଦ୍ଧ, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼,ବଲାଙ୍ଗୀର, ଓ ସୋନପୁର ଏହି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। କଳାହାଣ୍ଡି  ଅନୁଗୁଳ ନୂଆପଡା ଓ ଦେଓଗଡକୁ ହିଟ ୱେଭ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି।

ଏହାସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା,ଯାଜପୁର, କଟକ, ଜଗସିଂହପୁର, ପୁରୀ ଖୋର୍ଦ୍ଧା, ନୟାଗଡ,ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ ଓ ଗଜପତି ଆଦି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି  କରାଯାଇଛି।

ଉଷ୍ମ ରାତ୍ରି ପାଇଁ ସମ୍ବଲପୁର ସୁନ୍ଦରଗଡ ଓ ବଲାଙ୍ଗୀର ପାଇଁ ଅରେଞ୍ଜ ସହ ମୟୁରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ  ଜାରି ହୋଇଛି।  ୨୬ ତାରିଖ ଯାଏ ଅସମ୍ଭାଳ ଗରମ ସହ ଗୁଳୁଗୁଳି ଜାରି ରହିବା ସହ ଆଗାମୀ ୩ ଦିନ ଯାଏ ୨ ରୁ ୪ ଡିଗ୍ରି ଯାଏ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ୨୭ ପରେ ପାଗରେ ପରିବର୍ତନ ସହ  ପୁଣି କାଳବୈଶାଖୀ ବର୍ଷାର ସମ୍ଭାବନା ଅଛି।

ଗତ ୨୪ ଘଣ୍ଟାରେ ୫ ଟି ସ୍ଥାନରେ ୪୪  ଡିଗ୍ରି ଉପରେ ତାପମାତ୍ରା  ରହିଥିବା ବେଳେ ଝାରସୁଗୁଡାରେ ସର୍ବାଧିକ ୪୬.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ କୋରାପୁଟର ସିମିଲିଗୁଡାରେ  ସର୍ବାଧିକ ୨୨.୦୦  ମିମି ବର୍ଷା ରେକର୍ଡ କରାଯାଇଛି।