କଟକ : କଟକରେ ଗୋଷ୍ଠୀ ସଂକ୍ରମଣ ହୋଇନି। ଯଦି ହେବ ସେଥିପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। ସଟ୍ଡାଉନ୍ ସମୟ ଭିତରେ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ସମସ୍ତ ଯୋଜନା କରାଯାଇଛି। ତା ସହିତ ଏସ୍ସିବି, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଶିଶୁଭବନ ପରିସରରେ ଅନଧିକାର ପ୍ରବେଶ ଉପରେ କଟକଣା ଲଗାଇଛି ପ୍ରଶାସନ। ଅତି ଜରୁରୀ ନଥିଲେ ବି ଯେଉଁମାନେ ଏସ୍ସିବି, ଆଚାର୍ଯ୍ୟ ହରିହର, ଶିଶୁଭବନ ଆସୁଛନ୍ତି ତାର ତର୍ଜମା କରାଯିବ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିସନର ଅନ୍ୟନ୍ୟା ଦାସ ସୂଚନା ଦେଇଛନ୍ତି।
ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହିତ କଟକର କରୋନା ସଂକ୍ରମଣ ରୋକିବା ଦିଗରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଭିଡିଓ କନ୍ଫରେନ୍ସରେ ଜିଲ୍ଲାପାଳ ଆଲୋଚନା କରିଥିଲେ। ପ୍ରଶାସନ କି କି ପଦକ୍ଷେପ ନେଉଛି ସେ ସଂପର୍କରେ ଆଲୋଚନା କରାଯାଇଥିଲା। ଅନ୍ୟପଟେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସାନିଟାଇଜେସନ୍ ଆରମ୍ଭ ହୋଇଥିବାବେଳେ ଏସ୍ସିବିକୁ ମଧ୍ୟ ସଂପୂର୍ଣ୍ଣ ବିଶୋଧନ କରାଯିବ। ଯେଉଁମାନେ ଅନଧିକାର ଭାବେ ଏସ୍ସିବିରେ ଗାଡ଼ି ରଖୁଛନ୍ତି ସେଗୁଡ଼ିକୁ ଉଠାଇ ନିଆଯିବ ଓ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/archrya-harihar-cancer-hospital.jpg)