ପାଟଣା: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି କଟକଣା ଜାରି କରାଯାଇଛି। କୌଣସି ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ନହେବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ରହିଛି। ହେଲେ ପାଟଣା ବ୍ଲକ୍ରେ ଥିବା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ଏସବୁ କଟକଣା ଧର୍ମକୁ ଆଖିଠାର ପରି ହୋଇଛି। ଏଠାରେ ପ୍ରବେଶ ପଥକୁ ବାଡ଼ ବୁଜି ସିଲ୍ କରାଯାଇଥିବା ବେଳେ ଭିତରେ ଶହ ଶହ ପର୍ଯ୍ୟଟକ ଭୋଜିଭାତ ସାଙ୍ଗକୁ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି।
ପୂର୍ବରୁ ବିନା କୌଣସି ସୂଚନାରେ ହଠାତ୍ ପ୍ରଶାସନ ପକ୍ଷରୁ ଏଭଳି କଟକଣା କରାଯାଇଥିଲା। ଏ ସମ୍ପର୍କରେ ପର୍ଯ୍ୟଟକମାନେ ଅବଗତ ନଥିଲେ। ବଡ଼ଦିନ ଅବସରରେ ହଠାତ୍ ପର୍ଯ୍ୟଟନସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ହେଲେ ପ୍ରବେଶ ପଥ ସିଲ୍ କରାଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ରାସ୍ତାରେ ଗାଡ଼ିମୋଟର ସବୁ ଅଟକି ରହିଥିଲା। ପ୍ରବେଶ ପଥ ସିଲ୍ ଥିଲେ ମଧ୍ୟ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଗଳାବାଟରେ ଯାଇ ଭୋଜିଭାତ କରିବା ସହ ଭୀମକୁଣ୍ଡର ମନୋରମ ଦୃଶ୍ୟକୁ ଉପଭୋଗ କରିଥିଲେ।
/sambad/media/post_attachments/wp-content/uploads/2020/12/40e4d7d6-c347-423a-8881-39397bfda714-1024x576.jpg)
ଏ ସମ୍ପର୍କରେ ପାଟଣା ଜିପିଇଓ ରଶ୍ମିରେଖା ମହାନ୍ତିଙ୍କୁ ପଚାରିବାରୁ, ୨୩ ତାରିଖରୁ ଆସନ୍ତା ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ୧୦ରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ଉପରେ କଟକଣା ଲଗାଯାଇଛି। ପ୍ରଶାସନର ନିର୍ଦେଶକ୍ରମେ ଏଠାରେ ପ୍ରବେଶ ପଥକୁ ସିଲ୍ କରାଯାଇଛି ବୋଲି ସେ କହିଥିଲେ। ପ୍ରଶାସନର ଏଭଳି ନିଷ୍ପତ୍ତି ସମ୍ପର୍କରେ ବଡ଼ଦିନ ଅର୍ଥାତ ୨୫ ତାରିଖ ପୂର୍ବରୁ ଘୋଷଣା କରାଯାଇଥିଲେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସି ହନ୍ତସନ୍ତ ହୋଇନଥାନ୍ତେ ବୋଲି ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/83028f3b-5bb5-4aab-b780-2922985a0c64.jpg)