ଘୁ.ଉଦୟଗିରି : ଘୁ.ଉଦୟଗିରି ବ୍ଲକ୍ ତଲାରିମାହା ପଞ୍ଚାୟତ ଗଟାମାହା ଗ୍ରାମର ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ବାୟୁ ପ୍ରଦୂଷଣ ରୋକିବା ଓ ଜଙ୍ଗଲ ସଂରକ୍ଷଣ ଏବଂ ବନ୍ୟ ଜୀବଜନ୍ତୁମାନଙ୍କ ସୁରକ୍ଷା ପାଇଁ ନିଆରା ପଦକ୍ଷେପ ନେଇଛନ୍ତି। ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ଵ ହେବ ଗ୍ରାମବାସୀଙ୍କ ସହଯୋଗରେ ଗଟାମାହା ଗ୍ରାମରେ ପ୍ରାୟ ୮୦୦୦ ହଜାର ଊର୍ଦ୍ଧ୍ଵ ଶାଳ ଗଛ ଏବଂ ଅନ୍ୟାନ୍ୟ ବିଲୁପ୍ତ ପ୍ରାୟ ଗଛ ଗୁଡ଼ିକ ବଞ୍ଚି ରହିଛି । ପ୍ରତିବର୍ଷ ସେ ଜଙ୍ଗଲ ସୁରକ୍ଷା ଓ ପରିବେଶ ପ୍ରଦୂଷଣ ରୋକିବା ପାଇଁ ବୃକ୍ଷରୋପଣ କରିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କୁ ସଚେତନ କରି ବାର୍ତ୍ତା ପହଞ୍ଚାଉଛନ୍ତି।
/sambad/media/post_attachments/wp-content/uploads/2023/03/ph-eee.jpg)
ତାଙ୍କରି ଉଦ୍ୟମରେ ଗ୍ରାମରେ ଜଙ୍ଗଲ ଓ ପରିବେଶ ଏବଂ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଗ୍ରାମ୍ୟସ୍ତରରେ ଗ୍ରାମର ଜନସାଧାରଣଙ୍କୁ ନେଇ ଏକ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ଥିବା ସଦସ୍ୟ ଓ ସଦସ୍ୟା ଏବଂ ଗ୍ରାମବାସୀ ମିଳତ ଭାବେ ଜଙ୍ଗଲରେ କାଠ କାଟୁଥିବା ବ୍ୟକ୍ତି ଏବଂ ପଶୁପକ୍ଷୀ ଶିକାର କରୁଥିବା ବ୍ୟକ୍ତି ଓ ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ଉପରେ ଅଚାନକ ଚଢ଼ଉ କରି ନିକଟସ୍ଥ ଜଙ୍ଗଲ ଓ ପରିବେଶ ବିଭାଗୀୟ ଅଧିକାରୀଙ୍କ ନିକଟରେ ଜିମା ଦେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥାନ୍ତି। ଏହା ସହିତ ରାଜେଶ ସମଗ୍ର ରାଜ୍ୟରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ଏବଂ ବନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କୁ ଟୁଇଟର୍ ମାଧ୍ୟମରେ ଟୁଇଟ୍ କରିବା ସହ ଚିଠି ପତ୍ର ଲେଖି ବନ ସଂରକ୍ଷଣ ସମିତି ଗଠନ ଏବଂ ଇକୋ ଟୁରିଜିମର ବିକାଶ ପାଇଁ ଅବଗତ କରାଇଥାନ୍ତି। ଆଗକୁ ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟଧାରା ଜାରି ରଖିବେ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Villagers-Saves-Above-8K-Trees_Thumbnail.jpg)