ବାରିପଦା/ବଡ଼ସାହି: ‘ଗଛଟିଏ ଲଗାଇବା ଯେତିକି ଜରୁରୀ, ଏହାର ରକ୍ଷଣାବେକ୍ଷଣ କରି ଗଛଟିକୁ ବଡ଼ କରିବା ସେତିକି ଜରୁରୀ। ବିନା ସଂରକ୍ଷଣରେ ବୃକ୍ଷରୋପଣ ବୃଥା। ବର୍ତ୍ତମାନର ଯାହା ସ୍ଥିତି, ଏହି ଧାରା ଜାରି ରହିଲେ ଆଗକୁ ଅମ୍ଳଜାନ ଥଳି ଧରି ବୁଲିବାର ସମୟ ଆସିବ। ତେଣୁ ବେଳ ଥାଉଣୁ ସଜାଗ ହୋଇ ବୃକ୍ଷରୋପଣ ଧାରାକୁ ଆଗେଇ ନେବା ପାଇଁ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଆହ୍ବାନ ଦେଇଛନ୍ତି ବଡ଼ସାହି ବିଧାୟକ ସନାତନ ବିଜୁଳି।
ମୟୂରଭଞ୍ଜଜିଲ୍ଲା ବଡ଼ସାହି ବ୍ଲକ୍ କାଣିମହୁଲିସ୍ଥିତ ଶ୍ରୀବିହାର ପବ୍ଲିକ୍ ସ୍କୁଲ ସଭାଗୃହରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବିଜୁଳି ଆହୁରି କହିଲେ, ଦିନ ଥିଲା ସବୁ ଗାଁମୁଣ୍ଡରେ ବର କିମ୍ବା ଅଶ୍ବତଥ୍ ଗଛଟିଏ ଥିଲା। ହେଲେ ଆଉ ତାହା ଦେଖିବାକୁ ମିଳୁନି। ଆମେ ଗଛଟିଏ କାଟିବା ସହ ପରୋକ୍ଷରେ ନିଜେ ନିଜ ଜୀବନରେଖାକୁ କାଟି ଛୋଟ କରି ଚାଲିଛୁ। ତେଣୁ ନିଜର ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି କରିବାକୁ ହେବ। କେବଳ ବନ ବିଭାଗ ଦ୍ବାରା ଏହା ସମ୍ଭବ ନୁହେଁ, ଯୁବବର୍ଗ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏହି ଅଭିଯାନରେ ନିଜକୁ ସାମିଲ କରିବା ଉଚିତ ବୋଲି ବିଧାୟକ କହିଥିଲେ।
ମୁଖ୍ୟବକ୍ତା ଭାବେ ପରିବେଶବିତ୍ ଡ. ରମାକାନ୍ତ ମହାନ୍ତ ଯୋଗଦେଇ ମାଟି, ପାଣି, ଆକାଶକୁ ଆମେ ଯେଉଁଭଳି ଭାବେ ପ୍ରଦୂଷିତ କରି ଚାଲିଛେ, ଏହା ଆଗକୁ ବିଭୀଷିକା ଆଣିବ ବୋଲି ଚେତାଇ ଦେଇଥିଲେ। ଆୟୋଜକ ବିଦ୍ୟାଳୟର ଚେୟାରମ୍ୟାନ ଦୟାନିଧି ମହାନ୍ତ, ‘ସମ୍ବାଦ-ସାହିତ୍ୟଘର’ ସଭାପତି ବଙ୍କିମ ବିହାରୀ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଥିଲେ।
‘ସମ୍ବାଦ’ ବଡ଼ସାହି ବ୍ଲକ୍ ପ୍ରତିନିଧି ଅମୀୟ ବଳ, ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ସାହିତ୍ୟଘର ସମ୍ପାଦକ ରାଜେନ୍ଦ୍ର କୁମାର ଜେନା, ଦିଲ୍ଲୀପ କୁମାରୀ ପାତ୍ର, କୃତ୍ତିବାସ ଦାସ, ସଚୀନ୍ଦ୍ର ବିଶ୍ବାଳ, ମନୋରଞ୍ଜନ ବଳା, ସୁବୋଧ କୁମାର ଦଣ୍ଡପାଟ, ସନ୍ତୋଷ କୁମାର ଖଣ୍ଡା, ବସୁଦେବ ନାପିତ, ରତ୍ନାକର ପାତ୍ର, ପ୍ରଦୀପ କୁମାର ବେହେରା, ଧ୍ରୁବେନ୍ଦ୍ର କୁମାର ଜେନା, ସରୋଜ କୁମାର ବେହେରା, ସନ୍ଦୀପ କୁମାର ସାମଲ ଓ ନଳିନୀ କୁମାର ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ।
ବଡ଼ସାହିରେ ପରିବେଶ ପଞ୍ଚାୟତ: ଅମ୍ଳଜାନ ଥଳି ଧରି ବୁଲିବାର ସମୟ ନଆସୁ: ସନାତନ
‘ଗଛଟିଏ ଲଗାଇବା ଯେତିକି ଜରୁରୀ, ଏହାର ରକ୍ଷଣାବେକ୍ଷଣ କରି ଗଛଟିକୁ ବଡ଼ କରିବା ସେତିକି ଜରୁରୀ। ବିନା ସଂରକ୍ଷଣରେ ବୃକ୍ଷରୋପଣ ବୃଥା। ବର୍ତ୍ତମାନର ଯାହା ସ୍ଥିତି, ଏହି ଧାରା ଜାରି ରହିଲେ ଆଗକୁ ଅମ୍ଳଜାନ...
/sambad/media/media_files/2025/08/19/untitled-1-2025-08-19-04-40-54.jpg)