କେସିଙ୍ଗା: କୋରନା ଟିକାକରଣ ପାଇଁ ସରକାର ତତ୍ପରତା ପ୍ରକାଶ କରିଛନ୍ତି। କିନ୍ତୁ ବହୁଲୋକ ତଳ ସ୍ତରରେ ସଚେତନତା ଅଭାବରୁ ଟିକା ନେଉ ନାହାନ୍ତି। ଏଣୁ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କେସିଙ୍ଗା ଏନ୍ଏସିର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ନିଜେ ତାଙ୍କ ଅଫିସ ବଲେରୋ ଗାଡ଼ିରେ ଶନିବାର ବୁଢ଼ାବୁଢ଼ୀଙ୍କୁ ବୋହି ଡାକ୍ତରଖାନା ନେଉଥିବା ଦେଖିବାକୁ ମିଳିଥିଲା। ତାଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ ଓ ପ୍ରଶଂସା କରାଯାଇଛି। ପ୍ରକାଶ ଯେ ଏ ଅଞ୍ଚଳର ୬୦ ବର୍ଷ ଓ ତାଠାରୁ ଅଧିକ ବୟସର ଗରିବ ସ୍ତରର ବହୁ ମହିଳା ଓ ପୁରୁଷ ସଚେତନତା ଅଭାବରୁ ଟିକା ନନେଇ ରହି ଯାଉଛନ୍ତି। ବାରମ୍ବାର ମାଇକ୍ରେ ପ୍ରଚାର ଓ ଆଶା, ଅଙ୍ଗନବାଡ଼ି କର୍ମୀ କହିଲେ ବି ଲୋକେ ଯାଉନାହାନ୍ତି। ଏଣୁ କିଛି ପଡ଼ାରୁ ଘରୁ ଯାଇ ପାରୁନଥିବା ବୁଢ଼ାବୁଢ଼ୀଙ୍କୁ ନିର୍ବାହୀ ଅଧିକାରୀ ନିଜେ ଗାଡ଼ିରେ ନେଇ ପୁଣି ଆଣି ଛାଡ଼ିଥିଲେ।
ଟିକାକରଣ ପାଇଁ ଅଫିସ ଗାଡ଼ିରେ ବୁଢ଼ାବୁଢ଼ୀଙ୍କୁ ବୋହିଲେ ନିର୍ବାହୀ ଅଧିକାରୀ
/sambad/media/post_attachments/wp-content/uploads/2021/04/cb1cdc9a-698d-4906-a0b8-e78a4f77c2bc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)