୭ରେ ଆସୁଛନ୍ତି ନେପାଳ ନରେଶ

ଆଜି ବସିବ ଛତିଶା ନିଯୋଗ ବୈଠକ

ପୁରୀ : ପୁରୀ ଆସୁଛନ୍ତି ନେପାଳ ନରେଶ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହ ଦେବ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କ ପଟ୍ଟାଭିଷେକ ୨୫ ବର୍ଷ ପୂର୍ତ୍ତିି ଅବସରରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରର ସଂଗୋଷ୍ଠୀରେ ଯୋଗଦେବା ପାଇଁ ସେ ୭ ତାରିଖରେ ଓଡ଼ିଶାରେ ଆସି ପହଞ୍ଚୁଛନ୍ତି। ୭ ତାରିଖରେ ଜଟଣୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ୮ ତାରିଖ ଦିନ ସତ୍ୟବାଦୀରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଦର୍ଶନ କରିବେ। ଏହା ପରେ ୯ ଓ ୧୦ ତାରିଖରେ ଗୋବର୍ଦ୍ଧନ ପୀଠରେ ଯୋଗଦେବା ପରେ ୧୧ ତାରିଖ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିବେ। ତାଙ୍କର ରତ୍ନ ସିଂହାସନ ଚଢ଼ି ପୂଜା କରିବା ଅଧିକାର ଥିବାରୁ ସେ ରତ୍ନ ସିଂହାସନରେ ଉକ୍ତଦିନ ସ୍ୱତନ୍ତ୍ର ଆଳତି କରିବେ। ବିଶ୍ୱର ଶେଷ ହିନ୍ଦୁ ରାଜା ଭାବେ ପରିଗଣିତ ଏହି ନେପାଳ ନରେଶ ୧୦ ବର୍ଷ ପରେ ପୁରୀ ଆସୁଛନ୍ତି। ଏଣୁ କେଉଁ ସମୟରେ ଏହି ଅଧିକାର ସାବ୍ୟସ୍ତ କରିବାକୁ ଦିଆଯିବ, ଏହି ନୀତିକାନ୍ତି କିଭଳି ଶୃଙ୍ଖଳିତ ହେବ ସେ ନେଇ ଆସନ୍ତାକାଲି ଛତିଶା ନିଯୋଗ ବୈଠକ ବସିବାକୁ ଯାଉଛି।

ସମ୍ବନ୍ଧିତ ଖବର