ଭୁବନେଶ୍ୱର : ସଦ୍ୟ ଇପିଏଫ୍ କମିସନର ପଦରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିବା ପୂର୍ବତନ ଛାତ୍ରନେତା
ସଞ୍ଜୟ ରଥ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀ ରଥ ୯୦ ଦଶକରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କଲେଜର ଛାତ୍ରସଂସଦର ସଭାପତି ସହ ରାଜ୍ୟସ୍ତରୀୟ ଛାତ୍ର ରାଜନୀତିରେ ବେଶ୍ ସକ୍ରିୟ ଥିଲେ। ପରେ କର୍ମଚାରୀ ଭବିଷ୍ୟନୀତି ସଂଗଠନ(ଇପିଏଫ୍ଓ)ରେ ସହକାରୀ ଭବିଷ୍ୟନିଧି କମିସନର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କର ଆହୁରି ୬ବର୍ଷରୁ ଅଧିକ ଚାକିରି କାର୍ଯ୍ୟକାଳ ଥିବାବେଳେ ସେ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।