ରାଉରକେଲା: କେତେକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଉରକେଲାର ଇପିଏଫ୍ ଉପ ଆଞ୍ଚଳିକ କାର୍ଯ୍ୟାଳୟ (ଭବିଷ୍ୟନିଧି ଭବନ)କୁ ୭୨ଘଣ୍ଟା ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଉରକେଲା ମ୍ୟୁନିସିପାଲ୍ କର୍ପୋରେସନର କମିସନର୍ ଦିବ୍ୟାଜ୍ୟୋତି ପରିଡ଼ା ଏହି ଅନୁଷ୍ଠାନରେ ଅନେକ କୋଭିଡ୍ ମାମଲା ଚିହ୍ନଟ ହେବା ପରେ ପାନପୋଷ ରୋଡରେ ଥିବା ଇପିଏଫ୍ ସବ୍ ଆଞ୍ଚଳିକ କାର୍ଯ୍ୟାଳୟ (ଭବିଷ୍ୟନିଧି ଭବନ)କୁ ୭୨ ଘଣ୍ଟା ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ପର୍ଯ୍ୟନ୍ତ ଅଫିସ୍ ବନ୍ଦ ରହିବ ଅର୍ଥାତ୍ ଏପ୍ରିଲ୍ ୨୮ ତାରିଖ ଯାଏଁ ବନ୍ଦ ଅବଧି ସମୟରେ କାହାକୁ ବିଲ୍ଡିଂ ପରିସରକୁ ଯିବାକୁ ଦିଆଯିବ ନାହିଁ ।
କୋଭିଡ୍ ପଜିଟିଭ୍ ଚିହ୍ନଟ ଲୋକମାନେ ଘରେ ଅଲଗା ରହିବେ। ଜରୁରୀକାଳୀନ ଡାକ୍ତରୀ ପରିସ୍ଥିତିରେ, ଆରପିସିର ସ୍ୱାସ୍ଥ୍ୟ ରେସପନ୍ସ ଟିମ୍ ସହିତ ଇପିଏଫ୍ କର୍ତ୍ତୃପକ୍ଷ ସେମାନଙ୍କୁ ଧ୍ୟାନ ଦେବେ। ଶନିବାର ଦିନ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟର ପିଏଫ୍ କଲୋନିକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବା ସହ କୋଭିଡ୍ ପରୀକ୍ଷା କଲୋନିରେ କରାଯିବ ବୋଲି ସୂଚନା ଦିଆଯାଇଛି।
କରୋନା ପଜିଟିଭ୍ ଚିହ୍ନଟ ପରେ ୭୨ଘଣ୍ଟା ପାଇଁ ରାଉରକେଲାର ଇପିଏଫ୍ ଅଫିସ୍ ବନ୍ଦ
/sambad/media/post_attachments/wp-content/uploads/2021/04/t-62.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)