ଇପିଏଫ୍ ପେନ୍‌ସନର୍ସ ସଂଘ ପକ୍ଷରୁ ରାଲି ଓ ଦାବିପତ୍ର ପ୍ରଦାନ

ଖୋର୍ଦ୍ଧା: ଅଲ୍ ଓଡ଼ିଶା ଇପିଏଫ୍ ପେନ୍‌ସନର୍ସ ଆସୋସିଏସନ୍ ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ ଆଜି ଏକ ବିକ୍ଷୋଭ ରାଲି ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆଜି ପୂର୍ବାହ୍ଣରେ ସଂଗଠନର ଶତାଧିକ କର୍ମକର୍ତା ଏକ ରାଲିରେ ସ୍ଥାନୀୟ ମଙ୍ଗଳା ମନ୍ଦିର ଛକ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ । ସେଠାରେ ଜିଲ୍ଳାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ଏକ ଦାବିପତ୍ର ଦେଇଥିଲେ । ଦାବି ସମ୍ପର୍କରେ ସଂଗଠନର ସଭାପତି ପ୍ରଫୁଲ୍ଲ କୁମାର ଦାସ କହିଛନ୍ତି ଯେ ସର୍ବନିମ୍ନ ପେନ୍ସନ ୯ହଜାର ଟଙ୍କାକୁ ବୃଦ୍ଧି, ଉଚ୍ଚତମ ନ୍ୟାୟାଳୟର ନିଦେ୍ର୍ଦଶକ୍ରମେ ବର୍ଦ୍ଧିତ ପେନ୍ସନ ବ୍ୟବସ୍ଥା ଲାଗୁ କରିବା, ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପେନ୍ସନ ଭୋଗୀଙ୍କୁ ସମ୍ପୃକ୍ତ କରିବା ଆଦି ଦାବି ରହିଛି । ଏନେଇ ପୂର୍ବରୁ ଅନେକ ଥର ଏନେଇ ସେମାନେ ଧାରଣା, ବିକ୍ଷୋଭ ଓ ରାଲି ଆଦି କରିଛନ୍ତି । ଆଜି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦେ୍ଦଶ୍ୟରେ ଏନେଇ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଜିର ଏହି ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଇଂ ବିଜୟ କୁମାର ଜେନା, ଓଡ଼ିଶଶ ରାଜ୍ୟ ନିଗମ କର୍ମଚାରୀ ମହାସଂଘର ମହାସଚିବ ସରୋଜକାନ୍ତ ମଲ୍ଲିକ, ଉପସଭାପତି ସଚ୍ଚିଦାନନ୍ଦ ସାମନ୍ତରାୟ, ହରେକୃଷ୍ଣ ବେହେରା, ଗୀତାଂଜଳି ସାହୁ, ହରେନ୍ଦ୍ର ନାଥ ପାଲ, ମିହିର କୁମାର ରାୟ, ବିଜୟ କୁମାର ପଟ୍ଟନାୟକ, ପ୍ରକାଶ କୁମାର ପଟ୍ଟନାୟକ, ମନମୋହନ ରାୟ, ବିନାୟକ ପଟ୍ଟନାୟକ, ପ୍ରତିମା ମିତ୍ର, ଲକ୍ଷ୍ମଣ ନନ୍ଦ, ସତ୍ୟବାନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର