ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ହେପାଜତରେ ଥିବା ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ରୁ ବିଭିନ୍ନ ଯନ୍ତ୍ରାଂଶ ଚୋରି ଅଭିଯୋଗରେ ପୁଲିସର ତଦନ୍ତରେ ତିନି ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନେ ହେଲେ ଗାଡିଆପାଳ ଗ୍ରାମର ସଞ୍ଜୟ ନାଏକ, ଜିତେନ୍ଦ୍ର ନାଏକ ଓ ପ୍ରଭାସ ମହାନ୍ତି ।ଏହି ତିନି ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।
ସୂଚନା ଅନୁସାରେ ଗତ ମାର୍ଚ୍ଚ ୧୪ ତାରିଖ ଓଡି-୨୩-ଜି-୦୬୯୧ ନମ୍ବର ଥିବା ଏକ ଟ୍ରକ୍ ଗାଡି ବୁଢାପାଳ ରୁ ଦେବଗଡ ଆସୁଥିବା ବେଳେ ସାମ୍ନାରୁ ଆସୁଥିବା ଏକ ମାଲ ବୋଝେଇ ପିକଅପ ଭ୍ୟାନ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାସ୍ଥଳରୁ କୁଣ୍ଢେଇଗୋଳା ପୁଲିସ ଉକ୍ତ ଦୁଇ ଗାଡିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଥିଲା ।
ଅଧିକ ପଢ଼ନ୍ତୁ: କେନ୍ଦ୍ରାପଡ଼ା ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି
ଗତ ଜୁଲାଇ ୨୭ ତାରିଖ ସନ୍ଧ୍ୟା ୭ଟା ସମୟରୁ ୨୮ ଜୁଲାଇ ରାତି ୧୧.୩୦ ପର୍ଯ୍ୟନ୍ତ ବୁଢାପାଳରେ ଗାଡ଼ି କୌଣସି କାରଣରୁ ଟଣା ହୋଇ ନ ପାରିବାରୁ ଏକ ହୋଟେଲ ସମ୍ମୁଖରେ ଗାଡ଼ି ରଖା ହେଇଥିଲା । ୨୯ ତାରିଖ ସକାଳୁ କୁଣ୍ଢେଇଗୋଳା ଥାନା ସମ୍ମୁଖରେ ଏହି ଗାଡି ରହିଥିଲା ।
ତେବେ ଗାଡିରୁ ଟାୟାର ଏବଂ ରିଙ୍ଗ୍ ସମେତ ୨ ଟି ବ୍ୟାଟେରି, ୪ଟି ରିଙ୍ଗ୍ ଏକ୍ସେଲ ଏବଂ କିଛି ଯନ୍ତ୍ରାଂଶ ଚୋରି ହୋଇଥିଲା । ଏନେଇ ଗାଡି ମାଲିକ ରେଡାଖୋଲ ଥାନା ବନ୍ଧୁପାଲି ଗ୍ରାମର ମହେନ୍ଦ୍ର ପ୍ରଧାନ ଗାଡିରୁ ଯନ୍ତ୍ରାଂଶ ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଧିକ ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ: ଖାତକୁ ଖସିଲା ଯବାନଙ୍କୁ ନେଇ ଯାଉଥିବା ବସ୍: ୩ସହିଦ୍, ୧୬ ଆହତ
Deogarh | Crime