ଜଗତ୍ସିଂହପୁର: ଗତକାଲି ବିଳମ୍ବିତ ରାତିରେ ଜଣେ ଆସାମୀକୁ ଗିରଫ କରିବା ପାଇଁ ଯାଇଥିବା ଏରସମା ଥାନା ପୁଲିସକୁ ହଟହଟା ହେବାକୁ ପଡ଼ିଛି। ସ୍ଥାନୀୟ ପଦ୍ମପୁର ପଞ୍ଚାୟତର ଜଣେ ଡିଲର ମାନ୍ନା ଗିରିଙ୍କ ନାଆଁରେ ଚାଉଳ ହଡ଼ପ ନେଇ ବିଡ଼ିଓ ଥାନାରେ ଅଭିଯୋଗ କରିଥିଲେ।
ଏହାପରେ ପୁଲିସ ତାଙ୍କୁ ଗିରଫ କରି ଆଣି ଆସୁଥିବା ବେଳେ କିଛି ଯୁବକ ତାଙ୍କୁ ରାସ୍ତାରୁ ଛଡ଼ାଇନେଇଥିଲେ। ଏହି ସମୟରେ ପୁଲିସର ସେମାନଙ୍କ ସହ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/erasama.jpg)