ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ରରେ ପୁଣି ତ୍ରୁଟି: କଟିଯାଇଥିବା ପାଠ୍ୟକ୍ରମରୁ ପଡ଼ିଲା ତିନୋଟି ସଂକ୍ଷିପ୍ତ ପ୍ରଶ୍ନ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାର ସାଧାରଣ ବିଜ୍ଞାନ ପ୍ରଶ୍ନପତ୍ରରେ ବି ତ୍ରୁଟି ଦେଖିବାକୁ ମିଳିଛି। ପାଠ୍ୟକ୍ରମ ବାହାରୁ ଅର୍ଥାତ୍‌ କଟିଯାଇଥିବା ବିଷୟରୁ ସଂକ୍ଷିପ୍ତ ପ୍ରଶ୍ନ ପାର୍ଟ ୧ରେ ତିନୋଟି ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି। ତେବେ ପ୍ରଶ୍ନପତ୍ରରେ ତ୍ରୁଟି ତଥା ପାଠ୍ୟକ୍ରମ ବାହାରୁ ପ୍ରଶ୍ନ ଆସିବା ସଂପର୍କରେ ପରୀକ୍ଷା ପରେ ଏହାର ତର୍ଜମା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ୍(ଏସ୍ଏ-୨)ର ଆଜିର ସାଧାରଣ ବିଜ୍ଞାନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ୩୨ଜଣ ପରୀକ୍ଷାର୍ଥୀ ସ୍କ୍ବାଡ୍ ହାତରେ ଧରାପଡ଼ି ମାଲ୍‌ପ୍ରାକ୍ଟିସ୍ ହୋଇଛନ୍ତି। ସେଥିରୁ ମାଟ୍ରିକ୍‌ର ୩୦ଜଣ ଓ ମୁକ୍ତ ବିଶ୍ବବିଦ୍ୟାଳୟ ପରୀକ୍ଷାର ୨ଜଣ ରହିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ପୂର୍ବ ଦୁଇଟି ପରୀକ୍ଷାର ପ୍ରଶ୍ନପତ୍ରରେ ମଧ୍ୟ ଅନୁରୂପ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଇଂରାଜୀ ଓ ଗଣିତରେ ବାଦ୍‌ ଦିଆଯାଇଥିବା ପାଠ୍ୟକ୍ରମରୁ କେତେକ ପ୍ରଶ୍ନ ଆସିଛି।

ସମ୍ବନ୍ଧିତ ଖବର