ଗଞ୍ଜାମ: ୩ ଇଏସ୍‌ଆଇ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତି ଦୟନୀୟ

ଭଡ଼ା ଘରେ ଚାଲିଛି, ଷ୍ଟାଫ୍‌ ନାହାନ୍ତି, ଚତୁର୍ଥ ଶ୍ରେଣୀ କର୍ମଚାରୀ ସମ୍ଭାଳୁଛନ୍ତି ଆସିକା ସ୍ୱାସ୍ଥ୍ୟକେନ୍ଦ୍ର

ବ୍ରହ୍ମପୁର : ଶିଳ୍ପସ˚ସ୍ଥା, ଘରୋଇ ଉଦ୍ୟୋଗ ଆଦି କ୍ଷେତ୍ରରେ କାର୍ଯ୍ୟରତ ସ˚ଗଠିତ ଶ୍ରମିକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଗଞ୍ଜାମ ଜିଲ୍ଲାରେ ଇଏସ୍‌ଆଇ ପକ୍ଷରୁ ୩ଟି ଡିସ୍ପେନ୍‌ସରୀ (ସ୍ୱାସ୍ଥ୍ୟକେନ୍ଦ୍ର) ରହିଛି। ଏହା ଉପରେ ଜିଲ୍ଲାର ୩୩ ହଜାରରୁ ବୀମାଭୁକ୍ତ ଶ୍ରମିକ କର୍ମଚାରୀ ନିର୍ଭରଶୀଳ। ଦୀର୍ଘ ବର୍ଷ ହେଲା ଚାଲିଥିବା ୩ ସ୍ୱାସ୍ଥ୍ୟକେନ୍ଦ୍ରରେ ନା ଅଛନ୍ତି ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନା ଅଛି ଅନୁଷଙ୍ଗିକ ଭୂତ୍ତିଭୂମି।

ସୂଚନା ଅନୁଯାୟୀ, ଜିଲ୍ଲାର ୩୩ ହଜାରରୁ ଅଧିକ ଇଏସ୍‌ଆଇ ବୀମାଧାରୀ ଶ୍ରମିକ ତଥା କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମିଶାଇଲେ ବୀମାଭୁକ୍ତଙ୍କ ସ˚ଖ୍ୟା ପ୍ରାୟ ୬୦ ହଜାର ହେବ। ଏମାନଙ୍କ ଲାଗି ଜିଲ୍ଲାର ଆସିକା, ବ୍ରହ୍ମପୁର ଓ ଛତ୍ରପୁର ଠାରେ ଇଏସ୍‌ଆଇ ଡିସ୍‌ପେନସାରୀ ରହିଛି। ଆସିକା ଇଏସ୍‌ଆଇ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୫ ହଜାରରୁ ଅଧିକ ଇଏସ୍‌ଆଇ ବୀମାଭୁକ୍ତ ଶ୍ରମିକ ରହିଛନ୍ତି। କିନ୍ତୁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଏକ ଭଡ଼ା ଘରେ ଚାଲିଛି। ଏଥିରେ ଡାକ୍ତର କେହି ନାହାନ୍ତି। ଫାର୍ମାସିଷ୍ଟ ପଦବି ଖାଲି ପଡ଼ିଛି। ଷ୍ଟାଫନର୍ସ ଓ କିରାଣୀ ପଦ ବି ଖାଲି ପଡ଼ିଛି। ୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ୨ଜଣ ଅଛନ୍ତି। ମାତ୍ର ୨ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ଭାଳୁଛନ୍ତି।

ଗତ କିଛି ବର୍ଷ ତଳେ ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହରରେ ଏକ ଇଏସ୍‌ଆଇ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିଲା। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରଟି ଭଡ଼ା ଘରେ ଚାଲିଥିଲା। ପରବର୍ତ୍ତୀ ସମୟରେ ଏହାକୁ ଛତ୍ରପୁର ସହରକୁ ସ୍ଥାନାନ୍ତର କରାଯାଇଛି। ଗ୍ରାସୀମ ଇଣ୍ତଷ୍ଟ୍ରିଜ୍‌, ଆଇଆର୍‌ଇ ଓ ଗୋପାଳପୁର ବନ୍ଦର ଆଦିକୁ ଦୃଷ୍ଟିରେ ରଖି ଏହି ସ୍ୱାସ୍ଥ୍ୟକେନ୍ଦ୍ର ଛତ୍ରପୁରକୁ ସ୍ଥାନାନ୍ତର କରାଯାଇଥିଲା। ୭ ହଜାରରୁ ଅଧିକ ବୀମାଭୁକ୍ତ ଶ୍ରମିକ ଓ କର୍ମଚାରୀ ନିର୍ଭରଶୀଳ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ଏକ ଭଡ଼ା ଘରେ ଚାଲିଛି। ଏଠାରେ ଜଣେ ଡାକ୍ତର ରହିଛନ୍ତି। କିନ୍ତୁ ଷ୍ଟାଫନର୍ସ, କିରାଣୀ ଓ ଫାର୍ମାସିଷ୍ଟ ପଦ ଖାଲି ପଡ଼ିଛି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦିନ ମଜୁରୀରେ ରଖାଯାଇଛି। ସେହିପରି ପ୍ରାୟ ୨୦ ହଜାର ବୀମାଭୁକ୍ତ ଶ୍ରମିକ ଓ କର୍ମଚାରୀ ନିର୍ଭର କରୁଥିବା ବ୍ରହ୍ମପୁର ଇଏସ୍‌ଆଇ ଡିସ୍‌ପେସସାରୀ ଏକ ଭଡ଼ା ଘରେ ଚାଲିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ସ˚କ୍ରାନ୍ତରେ ଶ୍ରମିକମାନେ ଜାଣିପାରୁ ନାହାନ୍ତି। ଏଠାରେ ଜଣେ ଡାକ୍ତର ଥିବା ବେଳେ କିରାଣୀ ଓ ଷ୍ଟାଫନର୍ସ ପଦ ଖାଲି ପଡ଼ିଛି। ଲାବ୍ରୋଟରୀ ଟେକ୍ଦିସିଆନ୍ ‌ ଓ ଡ୍ରେସର୍‌ ଭଳି ପଦ ମଧ୍ୟ ଖାଲି ପଡ଼ିଛି। ଚତୁର୍ଥ ଶ୍ରେଣୀ କର୍ମଚାରୀ ୪ଟି ପଦବୀ ମଧ୍ୟରୁ ୨ଟି ଖାଲି ପଡ଼ିଛି। ଏଭଳି ସ୍ଥିତିରେ ରହିଛି ଜିଲ୍ଲାର ୩ ଇଏସ୍‌ଆଇ ସ୍ୱାସ୍ଥ୍ୟ କେନ୍ଦ୍ର।

ଇଏସ୍‌ଆଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କେବଳ ପ୍ରାଥମିକ ସ୍ୱାସ୍ଥ୍ୟସେବା ଉପଲବ୍ଧ। ଭେଷଜ, ଅସ୍ଥି, ଚକ୍ଷୁ, ଦନ୍ତ, ସ୍ତ୍ରୀ ଓ ପ୍ରସୂତି ଓ ଶିଶୁ ରୋଗ ଚିକିତ୍ସା ବୀମାଭୁକ୍ତ କର୍ମଚାରୀଙ୍କ ଲାଗି ଗଞ୍ଜାମ ଜିଲ୍ଲାରେ ସୁବିଧା ନାହିଁ। ଏମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଛି। ଏସବୁ ଚିକିତ୍ସା ପାଇଁ ରାଜ୍ୟ ସରକାର ଘରୋଇ ଡାକ୍ତରଖାନା ସହ ମଧ୍ୟ ଅନୁବନ୍ଧିତ ହୋଇପାରିବେ। ବ୍ରହ୍ମପୁର ଇକୋସ୍‌ ଚକ୍ଷୁ ହସ୍ପିଟାଲକୁ ବାଦ ଦେଲେ ଗଞ୍ଜାମ ଜିଲ୍ଲାରେ ଏ ପର୍ଯ୍ୟନ୍ତ କୌଣସି ଘରୋଇ ମେଡିକାଲ ସହ ଅନୁବନ୍ଧିତ କରାଯାଇ ନାହିଁ। ଫଳରେ ଜିଲ୍ଲାର ବୀମାଭୁକ୍ତ କର୍ମଚାରୀମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ଚିକିତ୍ସା ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପରିଚାଳନାଧୀନ ରହିଛି। ଭତ୍ତିଭୂମି ବ୍ୟବସ୍ଥା କର୍ମଚାରୀ ରାଜ୍ୟ ବୀମା ନିଗମ ହାତରେ। ସୁପର ସ୍ପେସାଲିଟି କେୟାର ବ୍ୟବସ୍ଥା ଇଏସ୍‌ଆଇ କର୍ପୋରେରେସନ ଦ୍ବାରା ପରିଚାଳିତ। ସୁପର ସ୍ପେସାଲିଟି ସେବା ଲାଗି ଭୁବନେଶ୍ବର ଓ କଟକର କିଛି ଘରୋଇ ହସ୍ପିଟାଲ ସହ ଇଏସ୍‌ଆଇ କର୍ପୋରେସନ୍‌ ଅନୁବନ୍ଧିତ ହୋଇଛି। ରାଜ୍ୟ ସରକାର ଓ ଇଏସ୍‌ଆଇ କର୍ପୋରେସନ୍‌ ମଧ୍ୟରେ ସମନ୍ୱୟ ରହୁ ନ ଥିବାରୁ ଏଭଳି ସ୍ଥିତି ଲାଗି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର