ରାଉରକେଲା : ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଆଜି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଇଏସ୍ଆଇ ଡିସ୍ପେନ୍ସାରୀ ଓ ଡାକ୍ତରଖାନା ବୁଲି ଦେଖିଛନ୍ତି। ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଡାକ୍ତରଖାନାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ମନ୍ତ୍ରୀ ଶ୍ରୀ ନାୟକ ରାଜଗାଙ୍ଗପୁର, କାଂଶବାହାଲ, କଲୁଙ୍ଗା, କୁଆରମୁଣ୍ଡା, ଝାଡ଼ତରଙ୍ଗ, ବେଦବ୍ୟାସ, ସିଆଇଏସ୍ଏଫ୍ ଡିସ୍ପେନ୍ସାରୀ, ବାଲିଝୁଡି ଡିସ୍ପେନ୍ସାରୀ ଓ ରାଉରକେଲା ଇଏସ୍ଆଇ ମଡ଼େଲ ହସ୍ପିଟାଲ ପରିଦର୍ଶନ କରିଥିଲେ। ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଡାକ୍ତରଖାନାର ପ୍ରମୁଖ ସମସ୍ୟାଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କିରବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ମନ୍ତ୍ରୀଙ୍କ ସହ ଆଞ୍ଚଳିକ ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡା, ଇଏସ୍ଆଇ ନିର୍ଦ୍ଦେଶକ ଅଶୋକ କୁମାର ପଣ୍ଡା, ବ୍ୟକ୍ତିଗତ ସଚିବ ଶମ୍ଭୁନାଥ ନନ୍ଦୀ ପ୍ରମୁଖ ଉପସ୍ଥିତ ଥିଲେ। ଇଏସ୍ଆଇ ମଡେଲ ହସ୍ପିଟାଲର ୫୦ ବେଡକୁ ୧୫୦କୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ମାଧୁରୀ ଲୁଗୁନ, ମହମ୍ମଦ ଇରଫାନ୍, ରାଜେନ୍ଦ୍ର କୁମାର ଲେଙ୍କା, ରଜୁ ମହାନ୍ତି, ସଞ୍ଜୟ ବିନୋଦ, ଦିଲୀପ ଖେସ୍, ଜୟନ୍ତ କୁମାର ମିଶ୍ର, ରାଜେନ୍ଦ୍ର କୁଜୁର, ସୁଦାମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।