କେନ୍ଦୁଝର : ଏସାର ଷ୍ଟିଲକୁ କେନ୍ଦୁଝର ଜିଲ୍ଲା ବା˚ଶପାଳ ତହସିଲ ଅନ୍ତର୍ଗତ ଶଙ୍କାରି ଗ୍ରାମରେ ଇଡ୍କୋ ପକ୍ଷରୁ ଦିଆଯାଇଥିବା ୩୦୬ଏକର ଜମିର ଲିଜ୍ ଚୁକ୍ତିନାମାକୁ ରଦ୍ଦ କରିବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଇଡକୋକୁ ନୋଟିସ୍ କରିଛି। ଏନ୍ଜିଟି ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟିର ସୁପାରିସ୍ ପରେ ଏନ୍ଜିଟି ପକ୍ଷରୁ ଇଡ୍କୋକୁ ଗତ ୨୮ ତାରିଖରେ ଏହି ନୋଟିସ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ବା˚ଶପାଳ ତହସିଲ ଅନ୍ତର୍ଗତ ଶଙ୍କାରି ଗ୍ରାମ ନିକଟରେ ଏସାର ଷ୍ଟିଲ ପକ୍ଷରୁ ଏକ ଟେଲି˚ ପଣ୍ତ କରିବାକୁ ଇଡକୋ ପକ୍ଷରୁ ଏସାର ଷ୍ଟିଲକୁ ୩୦୬.୬୭ ଏକର ଜମି ଲିଜ୍ ସୂତ୍ରରେ ଦିଆଯାଇଥିଲା। ଏହା ଏକ ଜଙ୍ଗଲ ଅ˚ଚଳ ହୋଇଥିବାରୁ ଏଠାରେ ଟେଲି˚ ପଣ୍ତ ହେଲେ ବ୍ୟାପକ ଜଙ୍ଗଲ ନଷ୍ଟ ହେବ ବୋଲି ଶଙ୍କାରି ଗ୍ରାମବାସୀ ଅଭିଯୋଗ କରିବା ସତ୍ତ୍ବେ ସରକାର ଶୁଣି ନ ଥିଲେ।
ଏହାପରେ ଗ୍ରାମର ଝରଣା ପ୍ରଧାନ, ସୂଚନା ଅଧିକାର କର୍ମୀ ଶଶିଭୂଷଣ ପଟ୍ଟନାୟକ ପ୍ରମୁଖ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ଅଭିଯୋଗ କରଥିଲେ। ଏହି ଅଭିଯୋଗ ପରେ ଟ୍ରିବ୍ୟୁନାଲ ପକ୍ଷରୁ ଏକ ଉଚ୍ଚସ୍ତରୀୟ ମିଟି ଗଠନ କରାଯାଇଥିଲା। ଏହି କମିଟିରେ ଜିଲ୍ଲାପାଳ, ଡିଏଫ୍ଓ ଏବ˚ ଜଙ୍ଗଲ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ସଦସ୍ୟ ଥିଲେ। ଏହି କମିଟି ଗ୍ରାଉଣ୍ତ ଜିରୋ ସର୍ଭେ କରି ଏକ ରିପୋର୍ଟ ଉପସ୍ଥାପନ କରିଥିଲା। ଗତ ୨୮ ତାରିଖରେ ଏନଜିଟିରେ ଦାଖଲ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଏହି ଅ˚ଚଳରେ ପ୍ରାୟ ବିଭିନ୍ନ କିସମରେ ୨୦ ହଜାର ଗଛ ଅଛି। ଏହା ଏକ ମଧୢ ଘଞ୍ଚ ଜଙ୍ଗଲ ଅ˚ଚଳ। ତେଣୁ ଏହି ଅ˚ଚଳରୁ ଏସାରକୁ ଦିଆଯାଇଥିବା ଜମି ଲିଜ୍କୁ ରଦ୍ଦ କରାଯାଉ ବୋଲି କମିଟି ସୁପାରିସ୍ କରିଥିଲା। କମିଟିର ସୁପାରିସ୍ ପରେ ଏନଜିଟି ଏଥିନେଇ ଗତ ୨୮ ତାରିଖରେ ଇଡକୋକୁ ଏଥିନେଇ ନୋଟିସ୍ କରିଛି। ଜଷ୍ଟିସ୍ ଏସ୍ପି ଵାଙ୍ଗଡି, ଜଷ୍ଟିସ୍ କେ.ରାମକ୍ରିଷ୍ଣନ, ସତ୍ୟମ ସି˚ ଗରଵାଲ ଖଣ୍ତପୀଠ ଏହି ନୋଟିସ୍ ଜାରି କରିଛନ୍ତି।