ବାଲେଶ୍ବରରେ ଆୟୋଜିତ ହେଲା ମୁଁ ବି ଲେଖିବି ପ୍ରବନ୍ଧ ପ୍ରତିଯୋଗିତା

ବାଲେଶ୍ବର: ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ର‌େଫସର ଗ‌େଣଶୀ ଲାଲଙ୍କ ଦିଗ୍‌ଦର୍ଶନ ତଥା ରାଜ୍ୟ ସରକାରଙ୍କ ସହ‌େଯାଗିତା ଏବଂ ‘ସମ୍ବାଦ’ର ପୃଷ୍ଠ‌‌େପାଷକତା‌େର‌ ‘ମୋ ସ୍ବପ୍ନର ଓଡ଼ିଶା’ ଶୀର୍ଷକ ଇଂରାଜୀ ଓ ଓଡ଼ିଆ ପ୍ରବନ୍ଧ ପ୍ରତି‌େଯାଗିତା ରବିବାର ସାରା ରାଜ୍ୟ‌େର ଅା‌େୟାଜିତ ‌େହାଇଯାଇଛି। ଏହି କ୍ରମ‌େର ବା‌‌େଲଶ୍ବରସ୍ଥିତ ମଡର୍ଣ୍ଣ ପବ୍ଲିକ୍‌ ସ୍କୁଲ୍‌ କେନ୍ଦ୍ରରେ ମଧ୍ୟ ପ୍ରତିଯୋଗିତା ସଫଳତାର ସହ ଅା‌େୟାଜନ ‌କରାଯାଇଛି। ‌ଲଘୁଚାପ ବର୍ଷା ସ‌େତ୍ତ୍ବ ପ୍ରତି‌େଯାଗିତାରେ ଅଂଶଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ‌େଦଖିବାକୁ ମିଳିଛି।
‌େକବଳ ଛାତ୍ରଛାତ୍ରୀ ନୁହଁନ୍ତି, ଅଭିଭାବକ ଏବଂ ସହ‌େଯାଗର ହାତ ବଢ଼ାଇଥିବା ଶିକ୍ଷକଶିକ୍ଷୟିତ୍ରୀମା‌େନ ମଧ୍ୟ ପ୍ରତି‌େଯାଗିତାକୁ ପ୍ରଶଂସା କରିଛନ୍ତି। ରାଜ୍ୟପାଳଙ୍କ ଏପରି ଉଦ୍ୟମ ପିଲାମାନଙ୍କୁ ଦାୟିତ୍ବସଂପନ୍ନ କରିବା ସହ ଓଡ଼ିଶାର ବିକାଶ ଦିଗ‌େର କାମ କରିବା ପାଇଁ ‌େପ୍ରାତ୍ସାହିତ କରିବ ‌େବାଲି ସେମାନେ କହିଛନ୍ତି।

ଏଠି ମୋଟ ୨୬ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଇଂରାଜୀ ପ୍ରବନ୍ଧରେ ସୂଚୀବାନ ଗୋସ୍ବାମୀ, ଅଭିନବ ରାୟ, ଶ୍ରୀରାଜ ସରକାର,
ଏମ୍‌ଏସ୍‌ କାଭ୍ୟାନ କ୍ରିଷ୍ଣନ ଓ ରାମରତନ ପାଢ଼ୀ କୃତିତ୍ବ ଅର୍ଜନ କରିଥିବା ବେଳେ ଓଡ଼ିଆରେ ଦେବବ୍ରତ ପଣ୍ଡା, ଅଶ୍ଳେଷା ଓଜସ୍ବିନୀ ସାମନ୍ତ, କ୍ରିଷ୍ଣକାନ୍ତ ନାୟକ, ସୁଜଲ ପଣ୍ଡା କୃତିତ୍ବ ଅର୍ଜନ କରିଛନ୍ତି। ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ମାନସ ମହାପାତ୍ର, ଇନ୍ଦ୍ରଦୀପ ଚାଟାର୍ଜୀ, ରବୀନ୍ଦ୍ର ପାଣିଗ୍ରାହୀ, ଶ୍ରୀ ‌ଯଶୋବନ୍ତ, ହରିଶଙ୍କର ଦାସ, ପ୍ରଭାତୀ ପିିରି, ଦିବାକର ମଢ଼ୁଆଳ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ‘ସମ୍ବାଦ’ ବିଜ୍ଞାପନ ବିଭାଗ ମୁଖ୍ୟ ସନ୍ତୋଷ ଜେନା ଓ ସଂପାଦନା ବିଭାଗର ରୁଦ୍ରରଂଜନ ଶେଜପଡ଼ା ସହଯୋଗ କରିଥିଲେ। ସୂଚନା ଥାଉକି ଏହା ପରେ ଜିଲ୍ଲାସ୍ତରୀୟ ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତା ହେବ। ସେଥିରେ କୃତିତ୍ବ ଅର୍ଜନ କରିଥିବା ୩ ଜଣ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୫୦ ହଜାର, ୩୦ ହଜାର ଓ ୨୦ ହଜାର ଟଙ୍କା ପୁରସ୍କାର ମିଳିବ।

ସମ୍ବନ୍ଧିତ ଖବର