ୱାର୍ଲଡ୍ ଓଡ଼ିଶା ସୋସାଇଟିର ଛତିଶଗଡ଼ ଶାଖା ଗଠନ: ପୂର୍ଣ୍ଣଶ୍ରୀ ସଭାପତି, ଅଜୟ ସାଧାରଣ ସମ୍ପାଦକ

ଭୁବନେଶ୍ୱର : ୱାର୍ଲଡ୍ ଓଡ଼ିଶା ସୋସାଇଟି (ୱାଓସୋ)ର ଛତିଶଗଡ଼ ଶାଖା ଗଠନ ହୋଇଛି। ଏଥିରେ ଲେଖିକା ପୂର୍ଣ୍ଣଶ୍ରୀ ରାଉତଙ୍କୁ ଶାଖାର ସଭାପତି ଓ ଶିଳ୍ପୋଦ୍ୟୋଗୀ ଅଜୟ ଦେବତାଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ସେହିପରି ଅଙ୍କିତା ପଟେଲ ଓ ଯୁବନେତା ପୀୟୂଷ ମିଶ୍ର ଉପସଭାପତି, ଜନାର୍ଦ୍ଦନ ସିଂହ ଏବଂ ଶର୍ମିଳା ସାମନ୍ତରାୟ ସଂଯୁକ୍ତ ସାଧାରଣ ସମ୍ପାଦକ ଏବଂ ମନ୍ମଥ ରାଉତ ଶାଖାର ମୁଖ୍ୟ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି।

ରାୟପୁରସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ରଙ୍କୁ ସଂସ୍ଥାର ମୁଖ୍ୟ ପୃଷ୍ଠପୋଷକ ପଦରେ ରହିଛନ୍ତି। ଅନୁଷ୍ଠାନର ଅନ୍ତଃରାଷ୍ଟ୍ରୀୟ ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଏବଂ ଭାରତୀୟ ଅଧ୍ୟାୟର ସଭାପତି ବିପିନ ମିଶ୍ର, ଶ୍ରୀମତୀ ରାଉତ ଏବଂ ନୂଆ ଛତିଶଗଡ଼ ଟିମକୁ ସ୍ୱାଗତ ଜଣାଇଛନ୍ତି।

ସମ୍ବନ୍ଧିତ ଖବର