କଟକ : ଏସ୍ସିବିରେ କାର୍ଯ୍ୟକ୍ଷମ ହେଲା ଇଟିପି। ପ୍ରତ୍ୟହ ଏକ ଲକ୍ଷ ଲିଟର ଓଟିର ତରଳ ବର୍ଯ୍ୟବସ୍ତୁକୁ ବିଶୋଧନ କରାଯାଇ ସେହି ପାଣିକୁ ଡ୍ରେନ୍ରେ ଛଡାଯାଉଛି । ୨କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ ସପ୍ତାହେ ତଳେ ମୁଖ୍ୟମନ୍ତ୍ରୀ ଏଭଳି ପ୍ରକଳ୍ପକୁ କଟକ ବାଲିଯାତ୍ରା ପଡିଆରେ ଲୋକାର୍ପଣ କରିଥିଲେ। ଲୋକର୍ପଣ ପରେ ଏହି ବିଶୋଧନାଗାରରୁ ପ୍ରତ୍ୟହ ଏକ ଲକ୍ଷ ଲିଟର ବର୍ଜ୍ୟବସ୍ତୁକୁ ବିଶୋଧନ କରାଯାଇ ଏହାକୁ ଡ୍ରେନ୍ରେ ଛଡାଯାଉଥିବା ପିଏଚ୍ଡି ବିଭାଗ ସୂତ୍ରରୁ ଜଣାପଡିଛି। ଏସ୍ସିବିରେ ଇଟିପି ନଥିବାରୁ ଏହାକୁ ନେଇ ବାରମ୍ବାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଏମ୍ସିଆଇ ପକ୍ଷରୁ ଏସ୍ସିବି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ତାଗିଦ୍ କରାଯାଉଥିଲା। ତେବେ ଏହି ଇଟିପି ମାଧ୍ୟମରେ ୨ଲକ୍ଷ ଲିଟର ବର୍ଜ୍ୟବସ୍ତୁ ପରିଚଳାନା କରାଯିବା ପାଇଁ ବ୍ୟବସ୍ଥା ରହିଛି। ଯେହେତୁ ପ୍ରତ୍ୟହ ଏସ୍ସିବିରେ ସବୁ ଓଟି କାର୍ଯ୍ୟକ୍ଷମ ହୋଇପାରୁନି ଓ ବାର ଅନୁସାରେ ଓଟି ହେଉଛି ସେଥିପାଇଁ ଏବେ ପ୍ରତ୍ୟହ ଓଟିରୁ ପ୍ରାୟ ୧ଲକ୍ଷ ଲିଟର ତରଳ ବର୍ଜ୍ୟବସ୍ତୁ ପରିଚାଳନା କରାଯାଉଛି।
ଏସ୍ସିବିରେ କାର୍ଯ୍ୟକ୍ଷମ ହେଲା ଇଟିପି
/sambad/media/post_attachments/wp-content/uploads/2019/03/SCB_medical_college__hospital.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)