କରୋନା ସଂକ୍ରମଣ ସନ୍ଦେହ : ୟୁରୋପୀୟ ପର୍ଯ୍ୟଟକଙ୍କୁ ଯାତ୍ରୀନିବାସର କ୍ବାରେଣ୍ଟାଇନ୍ ଗୃହରେ ରଖାଗଲା

ଭୁବନେଶ୍ୱର: କରୋନା ସଂକ୍ରମଣର ଆଶଙ୍କାରେ ଆଜି ଜଣେ ୟୁରୋପୀୟ ପର୍ଯ୍ୟଟକଙ୍କୁ ଭୁବନେଶ୍ୱରର ଯାତ୍ରୀନିବାସକୁ ସ୍ଥାନାନ୍ତରିତ କରାଯାଇଛି। ସେ ଗତ ଜାନୁଆରି ମାସରୁ ଭୁବନେଶ୍ୱରର ଆଇଆରସି ଭିଲେଜସ୍ଥିତ ହୋଟେଲ ରିଚି ରିଜେନସିରେ ରହୁଥିଲେ। ଆଜି ଦିନ ଗୋଟାଏ ବେଳେ ତାଙ୍କୁ ଏହି ହୋଟେଲରୁ ଅଣାଯାଇ ଯାତ୍ରୀନିବାସରେ ଥିବା କ୍ବାରେଣ୍ଟାଇନ ଗୃହରେ  ରଖାଯାଇଥିବା ଜଣାଯାଇଛି। ଉକ୍ତ ୟୁରୋପୀୟ ପର୍ଯ୍ୟଟକଙ୍କ ସଂପର୍କରେ ଅଧିକ ତଥ୍ୟ ମିଳି ନାହିଁ।

ସମ୍ବନ୍ଧିତ ଖବର