ଇଚ୍ଛା ମୃତ୍ୟୁ ମାଗିଥିଲେ, ଶେଷରେ ଆଖି ବୁଜିଲେ

ସମ୍ବଲପୁର : ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କଠାରେ ଆବେଦନ କରିଥିବା ହାଡ଼ୁ ପଟ୍ଟନାୟକ ଶେଷରେ ଆଖି ବୁଜିଛନ୍ତି। ସମ୍ବଲପୁର ହୀରାକୁଦ କଲୋନି ପାଖ ବସ୍ତିରେ ରହୁଥିବା ହାଡ଼ୁ ଗତ ୧୦ ଏପ୍ରିଲରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥିଲେ। ‘ମୃତ୍ୟୁ ଦିଅ, ମତେ ଜୀବନ ଯନ୍ତ୍ରଣାରୁ ମୁକ୍ତି ଦିଅ’ ବୋଲି ହାଡ଼ୁ ସବୁବେଳେ କହୁଥିବା ନେଇ ପତ୍ନୀ ଭାମା ପଟ୍ଟନାୟକ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କର ଉପଯୁକ୍ତ ଚିକିିତ୍ସା କରାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ତଥାପି ଆବେଦନ କରିବାର ଅନେକ ଦିନ ପର୍ଯ୍ୟନ୍ତ ହାଡ଼ୁ ଘରେ ପଡ଼ି ରହିଥିଲେ। ପ୍ରଶାସନର ପ୍ରତିଶ୍ରୁତି ମୁତବାକ କୌଣସି ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କ ପାଖକୁ ଆସିନଥିଲେ। ପରିଶେଷରେ ଡାକ୍ତର ଶଙ୍କର ରାମଚନ୍ଦାନୀ ଖବରକାଗଜରୁ ଘଟଣା ସଂକ୍ରାନ୍ତରେ ଜାଣିବା ପରେ ହାଡ଼ୁଙ୍କ ଘରକୁ ଆସି ବୁର୍ଲା ଡାକ୍ତରଖାନାରେ ଭର୍ତି କରାଇବା ଲାଗି ଆଗ୍ରହ ପ୍ରକାଶ କରିଥିଲେ। ପାଖାପାଖି ୨୦ ଦିନ ପର୍ଯ୍ୟନ୍ତ ବୁର୍ଲା ଡାକ୍ତରଖାନାରେ ରଖାଯିିବା ପରେ ହାଡ଼ୁଙ୍କୁ ଏକ ସପ୍ତାହ ତଳେ ଡିସ୍‌ଚାର୍ଜ କରି ଦିଆଯାଇଥିଲା। ବୁର୍ଲା ଡାକ୍ତରଖାନାରେ ତାଙ୍କ ଉପଯୁକ୍ତ ଚିକିତ୍ସା ହୋଇପାରିନଥିଲା। ଏପରିକି ପ୍ରଶାସନ ତାଙ୍କୁ କୌଣସି ଡାକ୍ତରଖାନାରେ ଚିକିତ୍ସା କରାଇବା ପାଇଁ ବି ପଦକ୍ଷେପ ନେଇନଥିଲା। ହାଡ଼ୁ ଘରକୁ ଆସିବାର ୪ ଦିନ ପର୍ଯ୍ୟନ୍ତ ଯନ୍ତ୍ରଣାରେ ଛଟପଟ ହେବା ପରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ସମ୍ବନ୍ଧିତ ଖବର