ମାଟ୍ରିକ୍ ମାର୍କକୁ ନେଇ ବିବାଦ ଭିତରେ ବୋର୍ଡର ସ୍ପଷ୍ଟୀକରଣ : ମାର୍କ କମ୍ ଥିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ

କଟକ: ମାଟ୍ରିକ୍ ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗରେ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ବୋର୍ଡ କହିଛି ଯେ, ବହୁ ଶିକ୍ଷାବିତ୍ ଓ ଜିଲ୍ଲାର ଡିଇଓଙ୍କ ସହ ଆଲୋଚନା କରିଥିଲୁ। ସ୍ୱତନ୍ତ୍ର କୋର କମିଟି ଗଠନ କରି ମୂଲ୍ୟାୟନର ତର୍ଜମା ହୋଇଛି। ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ମୂଲ୍ୟାୟନ ହୋଇଛି । ୨୦୧୭, ୧୮,୧୯, ୨୦ ବର୍ଷର ପ୍ରଦର୍ଶନକୁ ନେଇ ମୂଲ୍ୟାୟନ ହୋଇଛି ।

ତେବେ, ପୂର୍ବ ଅପେକ୍ଷା ଚଳିତ ବର୍ଷ ସବୁ ଗ୍ରେଡରେ ପିଲାଙ୍କ ସଂଖ୍ୟା ବଢିଛି । ଗତବର୍ଷ ତୁଳନାରେ ଏ-୧ରେ ୨ ଗୁଣା ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ଏ-୨ ରେ ୩ ଗୁଣାରୁ ଅଧିକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମାର୍କ କମ୍ ଥିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ଅଫଲାଇନ ପରୀକ୍ଷା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜୁଲାଇ ୫ରୁ ଫର୍ମ ଫିଲଅପ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଯେଉଁମାନେ ଅଫଲାଇନ୍ ପରୀକ୍ଷା ଦେବେ ସେହି ମାର୍କ ଫାଇନାଲ ହେବ ।

ସମ୍ବନ୍ଧିତ ଖବର