ସମ୍ବଲପୁର: ରୋସ୍‌ନି ନାଗ ନାମକ ମହିଳା ୨ ବର୍ଷ ହେବ ତାଙ୍କ ସ୍ବାମୀ ସୁରଜ ନାଗଙ୍କ ଠାରୁ ଛାଡ଼ପତ୍ର ନେଇ କ୍ଷେତରାଜପୁର ଥାନା ଷ୍ଟେସନ୍‌ପଡ଼ାରେ ଘର ଭଡ଼ା ନେଇ ଅଲଗା ରହୁଛନ୍ତି। ୩ ଝିଅଙ୍କ ସହ ସେ ସେଠାରେ ରହୁଛନ୍ତି। ଛାଡ଼ପତ୍ର ହେବା ପରେ ମଧ୍ୟ ତାଙ୍କ ସ୍ବାମୀ ସୁରଜ ସେଠାକୁ ଆସି ନିର୍ଯାତନା ଦେଉଛନ୍ତି। ମଙ୍ଗଳବାର ମଧ୍ୟ ସୁରଜ ଆସିଥିଲେ। ରୋସ୍‌ନିଙ୍କ ସହ ଝଗଡ଼ା କରିଥିଲେ ଏବଂ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଛୁରାମାଡ଼ରେ ରୋସ୍‌ନି ଆହତ ହୋଇଥିଲେ। ପୁଲିସକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ସୁରଜ ଦେଇଥିଲା।

Advertisment

ତାପରେ ଆଲ୍‌ମିରା ଭାଙ୍ଗି ୭୦୦ ଟଙ୍କା ନେଇଯାଇଥିଲେ। ଛାଡ଼ପତ୍ର ପରେ ମଧ୍ୟ ସୁରଜ ଏଭଳି ଭାବେ ତାଙ୍କୁ ନିର୍ଯାତନା ଦେଇ ଆସୁଛି। ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ସୁରଜକୁ ଗିରଫ କରିଛି।