ବାଇକ୍‌ ପଛରେ ବସିଲେ ବି ହେଲମେଟ୍‌ ବାଧ୍ୟ

କଟକ : ଏଣିକି ଦୁଇଚକିଆ ଗାଡ଼ି ପଛରେ ବସୁଥିବା ବ୍ୟକ୍ତି ହେଲମେଟ ପିନ୍ଧିବାକୁ ବାଧ୍ୟ। ହେଲମେଟ୍ ନପିନ୍ଧିଲେ ଚାଳକଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ (ଡିଏଲ୍‌) ବାତିଲ କରି ଦିଆଯିବ।

ପୂର୍ବରୁ କେବଳ ଚାଳକ ହେଲ୍‌ମେଟ ପିନ୍ଧିବା ବାଧ୍ୟତାମୂଳକ ରହିଥିଲା। ହେଲେ ସଡ଼କ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟି ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ହେଲମେଟ ଆଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏହାଫଳରେ ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁକୁ ୪୧ ପ୍ରତିଶତ ହ୍ରାସ କରାଯାଇପାରିବ ବୋଲି ରାଜ୍ୟ ପରିବହନ କତ୍ତୃର୍ପକ୍ଷ (ଏସ୍‌ଟିଏ)ଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏ ସ˚କ୍ରାନ୍ତରେ ମୋଟର ଯାନ ଆଇନ୍‌ ଧାରା ୧୯୪ଡିରେ ଉଲ୍ଲେଖ କରାଯାଇଥିବା ଏସ୍‌ଟିଏ ପକ୍ଷରୁ ଟ୍ବିଟରରେ ସୂଚନା ଦିଆଯାଇଛି। କଟକ ଆର‌୍‌ଟିଓ ଓ ଓଲଟପୁର ପୁଲିସ୍‌ର ମିଳିତ ପଦକ୍ଷେପରେ ଶୁକ୍ରବାର ୯୨ଜଣ ମୋଟରସାଇକେଲ ଚାଳକଙ୍କୁ ହେଲ୍‌ମେଟ ନ ପିନ୍ଧିବାରୁ ଦଣ୍ତ ଦିଆଯାଇଥିବା ଟ୍ବିଟରରେ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୪୨ଜଣଙ୍କ ଡିଏଲ୍‌ ବାତିଲ କରାଯାଇଥିଲାବେଳେ ୧ଲକ୍ଷ ୩୪ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଭଳି ପଦକ୍ଷେପ ଆଗକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ଏସ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର