ସୋର : ଜନ୍ମ ପ୍ରମାଣପତ୍ର ବି ନକଲି! ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ ଜନ୍ମ ପ୍ରମାଣପତ୍ର ଜାଲିଆତି କରିଥିବା ସୂଚନା ଅଧିକାର ଆଇନ୍‌ ବଳରେ ହସ୍ତଗତ ତଥ୍ୟରୁ ଜଣାପଡ଼ିଛି।

Advertisment

ରଙ୍ଗଲତା ବେହେରା ନାମକ ମହିଳା ସୂଚନା ଅଧିକାର ଆଇନ୍‌ ବଳରେ ଏନେଇ ପ୍ରମାଣ ପାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ; ମାଣତ୍ରୀସ୍ଥିତ ସାହୁସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସୋର ବ୍ଲକ୍‌ ରହଣିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜୟନ୍ତୀ ବେହେରାଙ୍କ ଜନ୍ମ ତାରିଖ ୧୫.୪.୧୯୮୩ ରହିଛି। ହେଲେ ସେ ଯୁକ୍ତଦୁଇରେ ନିଜ ଜନ୍ମ ତାରିଖ ୫.୪.୧୯୮୧ ବୋଲି ଦର୍ଶାଇଛନ୍ତି। ଆଜି ରଙ୍ଗଲତା ବେହେରା ଏହି ଅନିୟମିତତା ବାବଦରେ ସୋର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ଏନେଇ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୋମନାଥ ଦାସଙ୍କ ମତାମତ ନିଆଯାଇଥିଲା। ସେ ଅଭିଯୋଗ ପାଇଛନ୍ତି। ଯଥାଶୀଘ୍ର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି। ସେହିପରି ଅଭିଯୁକ୍ତ ଶିକ୍ଷୟିତ୍ରୀ ଜୟନ୍ତୀ ବେହେରାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ଅଭିଯୋଗ ମିଛ। ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।