ଭୁବନେଶ୍ବର: ପ୍ରତି ମାସ ୭ ତାରିଖ ପୂର୍ବରୁ ମନ୍ତ୍ରୀମାନେ ନିଜ ବିଭାଗ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ। ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟ ଭାବରେ କାର୍ଯ୍ୟକାରୀ କରିବା ଦିଗରେ ସେମାନେ ନିର୍ଦିଷ୍ଟ କି ପଦକ୍ଷେପ ନେଇଛନ୍ତି, ସେ ସଂପର୍କରେ ତାଙ୍କୁ ଜଣାଇବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ୨୦ ଜଣ ମନ୍ତ୍ରୀଙ୍କୁ ଏମିତି ଟାସ୍କ ଦେଇଛନ୍ତି। ଆସନ୍ତା ଜୁଲାଇ ୭ ତାରିଖ ମଧ୍ୟରେ ମନ୍ତ୍ରୀମାନେ ସେମାନଙ୍କର ପ୍ରଥମ ମାସିକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି।
ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସରକାରୀସ୍ତରରେ କ୍ରିୟାଶୀଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏଭଳି କଠୋର ଆଭିମୁଖ୍ୟ ଚର୍ଚ୍ଚାର ବିଷୟ େହାଇଛି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ େନଇ ମନ୍ତ୍ରୀମାନଙ୍କ ମଧ୍ୟରେ କମ୍ପନ ସୃଷ୍ଟି େହଲାଣି। ମେ’ ୨୯ ତାରିଖ ଦିନ ନୂଆ ସରକାର ଦାୟିତ୍ବ ଗ୍ରହଣ କରିବା ପରେ ମନ୍ତ୍ରିମଣ୍ଡଳ ବୈଠକ ଡକାଯାଇଥିଲା। ନିର୍ବାଚନ ସମୟରେ େଲାକଙ୍କୁ େଯଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତଥା ଦଳୀୟ ଇସ୍ତାହାରକୁ ସରକାର ତାଙ୍କର ପ୍ରମୁଖ କାର୍ଯ୍ୟକ୍ରମର ମାନ୍ୟତା େଦଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ସରକାରୀ କାର୍ଯ୍ୟରେ ସମୟ ଜ୍ଞାନ ସଂପର୍କରେ ଠାରିଥିଲେ। ଆସନ୍ତା ୨୦୨୦ େମ’ ୨୯ ତାରିଖ ଦିନ େଲାକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଓ ରୂପାୟନ ସଂପର୍କରେ ସରକାର ଜଣାଇବେ। ଏଣୁ ଏହାକୁ ପାଳନ କରିବା େକ୍ଷତ୍ରରେ ମନ୍ତ୍ରୀମାନେ େଶ୍ରଷ୍ଠ ଉଦ୍ୟମ କରିବା ଲାଗି ନବୀନ ପରାମର୍ଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଏକଥା ବି କହିଥିଲେ, ଟିମ୍ ୱାର୍କ (ଦଳଗତ କାର୍ଯ୍ୟ), ଟ୍ରାନ୍ସପରେନ୍ସିଂ (ସ୍ବଚ୍ଛତା ଓ ଟେକ୍ନୋଲୋଜି (ବୈଷୟିକ ଜ୍ଞାନ) ସହିତ ଆଉ ୨ଟି ‘ଟି’ଯୋଡ଼ିଥିଲେ। ପରିବର୍ତନ(ଟ୍ରାନ୍ସଫର୍ମେସନ୍) ପାଇଁ ପଞ୍ଚମ ପରିମାପକ ଭାବେ ସେ ସମୟ (ଟାଇମ୍) କୁ େଯାଡିଥିଲେ। ଏକ ଗତିଶୀଳ ପ୍ରଶାସନିକ ମଡେଲ ଉପରେ ଗୁରୁତ୍ବ ଦେବାକୁ ଯାଇ ନବୀନଙ୍କ ଏଭଳି ମନ୍ତ୍ର ପଛର େଯାଜନା ଏବେ ସାମ୍ନାକୁ ଆସିଛି। ଅର୍ଥାତ କେବଳ ଟାର୍ଗେଟ ଦେଇ ନବୀନ ଏଥର ଚୁପ ବସିବେ ନାହିଁ। ବରଂ ମନ୍ତ୍ରୀଙ୍କ ଦକ୍ଷତାକୁ ସେ ପ୍ରତି ମାସରେ ମାପିବେ। ଉଲ୍ଲେଖଥାଉକି, ଗରିବି ଦୂର କରିବା, ମହିଳା ମାନଙ୍କର ବିକାଶ, ଅଭିବୃଦ୍ଧିରେ ସମାନ ଭାଗିଦାରୀ, ଦୁର୍ବଳ େଶ୍ରଣୀର େଲାକଙ୍କ ବିକାଶ ଓ ଯୁବକ ମାନଙ୍କ ସ୍ୱପ୍ନର ସଫଳ ରୂପାୟନ ଜରିଆରେ ସଶକ୍ତ ଓଡ଼ିଶା ଗଠନ ଉପରେ ମୁଖ୍ୟମନ୍ତ୍ରୀ େଜାର ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/naveen-1.jpg)