କରୋନା ନେଇ ସଚେତନ ନ ହେଲେ ସ୍ଥିତି ବିଗିଡ଼ିବ: ବିଶେଷଜ୍ଞ ଡାକ୍ତର
ଭୁବନେଶ୍ୱର: କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱବାସୀଙ୍କୁ କଲବଲ କରୁଛି । ଆମେରିକା, ଭାରତ, ବ୍ରାଜିଲ, ଋଷିଆରେ ଏହା ଅଧିକ ପ୍ରଭାବଶାଳୀ ହୋଇଛି । କରୋନା ନେଇ ସଚେତନ ନହେଲେ ସ୍ଥିତି ବିଗିଡ଼ିବ ବୋଲି ବିଶେଷଜ୍ଞ ଡାକ୍ତରମାନେ ପୂର୍ବାନୁମାନ କରୁଛନ୍ତି । ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ସରକାର ଲକଡାଉନ୍ ସପକ୍ଷରେ ନଥିଲେ । ହେଲେ ଏପରି ସ୍ଥିତି ପହଂଚିଲା ଯେ, ସରକାର ବାଧ୍ୟ ହୋଇ ଲକ୍ଡାଉନ୍ ଘୋଷଣା କଲେ । ତେଣୁ ପ୍ରତ୍ୟେକ ବ୍ୟକ୍ତି କୋଭିଡ ନିୟମକୁ ପାଳନ କରିବା ଉଚିତ । ଏଭଳି ଏକ ଘଡ଼ି ସନ୍ଧି ମୂହୁର୍ତ୍ତରେ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଶେଷଜ୍ଞ ଡାକ୍ତର ମତ ପ୍ରକାଶ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ଭାଇରସର ସ୍ଥିତି କେଉଁ ଆଡ଼େ ଗତି କରିବ ତାହା କୌଣସି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିପାରୁ ନାହାନ୍ତି । ପଂଜୀକରଣ କରିଥିବା ୯୭ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇ ସାରିଛନ୍ତି । ସେହିଭଳି ୮୭ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ୨ୟ ଡୋଜ ଟିକା ନେଇଛନ୍ତି । ୯୭ ପ୍ରତିଶତ କରୋନା ସମ୍ମୁଖ ଯୋଦ୍ଧା ଟିକାର ପ୍ରଥମ ଡୋଜ ନେଇଛନ୍ତି । ୮୫ ପ୍ରତିଶତ କରୋନା ସମ୍ମୁଖ ଯୋଦ୍ଧା ୨ୟ ଡୋଜ ଟିକା ନେଇଛନ୍ତି ।
ରାଜ୍ୟରେ ୪୫ ବର୍ଷରୁ ଅଧିକ ପ୍ରାୟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି । ସେମାନଙ୍କ ଭିତରେ ସେମାନଙ୍କ ଭିତରୁ ୪୩ ଲକ୍ଷ ୫୫ ହଜାର ପ୍ରଥମ ଡୋଜ ଟିକା ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩ ଲକ୍ଷ ୪୩ ହଜାର ୨ୟ ଡୋଜ ସମୟ ହୋଇଛି । ପ୍ରାୟ ୬ ଲକ୍ଷ ଲୋକ ୨ୟ ଡୋଜ ଟିକା ନେଇ ସାରିଛନ୍ତି । ରାଜ୍ୟରେ କୋଭାସ୍କିନ ଟିକା ମହଜୁଦ ଅଛି । କୋଭାସ୍କିନର ୨ୟ ଡୋଜର ସମୟ ୨୮ରୁ ୪୧ ଦିନ ।