ଗାନ୍ଧୀ ଜୟନ୍ତୀଠାରୁ ପ୍ଲାଷ୍ଟିକ୍‌ ମୁକ୍ତ ହେବ ରାଜ୍ୟର ସମସ୍ତ ସ୍କୁଲ୍‌

ଭୁବନେଶ୍ବର: ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀଠାରୁ ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟକୁ ପ୍ଲାଷ୍ଟିକ୍‌ ମୁକ୍ତ କରାଯିବ। ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ଉପରେ କଟକଣା ଜାରି ହୋଇଛି। ଏନେଇ ସମସ୍ତ ସରକାରୀ, ବେସରକାରୀ ଓ ଘରୋଇ ସ୍କୁଲ୍‌ କ୍ୟାମ୍ପସ୍‌ରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଶିକ୍ଷକ, ଛାତ୍ରଛାତ୍ରୀ, ଅନ୍ୟ କର୍ମଚାରୀ ଓ ଅଭିଭାବକମାନେ ପ୍ଲାଷ୍ଟିକ୍‌ର ବିକଳ୍ପ ସାମଗ୍ରୀ ବ୍ୟବହାର କରିବାକୁ ପରାମର୍ଶ ଦିଆଯିବ।

ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ଯଥା ପ୍ଲାଷ୍ଟିକ୍‌ ବ୍ୟାଗ୍‌, କପ୍‌, ପ୍ଲେଟ୍‌, ଚାମଚ ବ୍ୟବହାର ନ କରିବାକୁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ଲାଗି ସଙ୍ଗୀତ, ଗୀତ ପ୍ରତିଯୋଗିତା କରିବାକୁ ଓପେସା ପକ୍ଷରୁ ସମସ୍ତ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ସ୍କୁଲ କ୍ୟାମ୍ପସରୁ କଭଳି ପ୍ଲାଷ୍ଟିକ୍‌ ସମଗ୍ରୀ ହଟିବ ସେନେଇ ସ୍ଥାନୀୟ ପ୍ରଶାସନ ସହ କର୍ତୃପକ୍ଷ ଯୋଗାଯୋଗରେ ରହିବେ। କ୍ୟାମ୍ପସ୍‌ରେ ପଡ଼ିଥିବା ପ୍ଲାଷ୍ଟିକ୍‌ ସାମଗ୍ରୀଗୁଡ଼ିକୁ ସଠିକ୍‌ ଭାବେ ନଷ୍ଟ କରିବା‌ ଦିଗରେ ପଦକ୍ଷେପ ନେବେ। ସ୍କୁଲ ନିକଟରେ ଥିବା ଲୋକମାନଙ୍କ ମଧ୍ୟରେ ପ୍ଲାଷ୍ଟିକ୍‌ ବ୍ୟବହାର ନେଇ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର