ଅଧ୍ୟକ୍ଷ ପଦ ପାଇଁ ସମସ୍ତେ ଆଶାୟୀ: ମଇଦାନରେ ଯନ୍ତ୍ରୀଠାରୁ ତୃତୀୟ ପଢ଼ିଥିବା ବ୍ୟକ୍ତି

ଜୟପୁର: ଆସନ୍ତା ୨୪ ତାରିଖ ପୌରପାଳିକା ନିର୍ବାଚନ ହେବ। ଗତ ୧୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ସାରିଛି। ନିର୍ବାଚନରେ ଅବତୀର୍ଣ୍ଣ ପାଇଁ ସମସ୍ତେ ପ୍ରାୟତଃ ଆତୁର ହୋଇପଡୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ଜୟପୁର ମ୍ୟୁନିସିପାଲିଟି ଏଥିରୁ ବାଦ ପଡ଼ିନି। ଜୟପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ନିର୍ବାଚନରେ ବହୁ ଉଚ୍ଚଶିକ୍ଷିତ ପ୍ରାର୍ଥୀ, ଆଇନଜୀବୀ, ବ୍ୟବସାୟୀ, ଚାଷୀ, ବସ ଓ ଟ୍ରକ ମାଲିକ, ରିଏଲ ଇଷ୍ଟେଟ୍ ବ୍ୟବସାୟ ସହ ପାଷ୍ଟର ଓ ପୂଜକଙ୍କ ସହ ଗୃହିଣୀ ପ୍ରାର୍ଥୀ ହୋଇଛନ୍ତି।

ଏପରିକି ଦିଲ୍ଲୀରେ ରହିଥିବା ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ବି ଏଥରକ ପ୍ରାର୍ଥୀ ହୋଇଛନ୍ତି। ସହରର ମତଦାତା ଶିକ୍ଷିତ ଏବଂ ସଚେତନ ହୋଇଥିବାରୁ ବହୁ ଉଚ୍ଚଶିକ୍ଷିତ ବ୍ୟକ୍ତି ପ୍ରାର୍ଥୀ ହୋଇଛନ୍ତି। ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ତୃତୀୟ ଶ୍ରେଣୀ ପଢ଼ିଥିବା ବ୍ୟକ୍ତି ବି ଏଥିପାଇଁ ଆଶୟୀ ହୋଇପଡିଛନ୍ତି। ତେବେ‌ ଏମାନଙ୍କୁ ମତଦାତାମାନେ ଭୋଟ ଦେବେ ନା ମଙ୍ଗୁଆଳ ମାନଙ୍କର ଗୋଟିଚାଳାନାରେ ନିଜକୁ ସାମିଲ କରି ବିଭିନ୍ନ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବେ ତାହା ସମୟ କହିବ।

ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କ ମଧ୍ୟରେ ଗୌରବ ହୋତା ଏମଆଇଇ ଇଂଜିନିୟରିଂ ପଢ଼ିଛନ୍ତି। ଜି.ମହେଶ ଡବଲ ଏମଏ,  ଏଲଏଲବି ଓ ଏମବିଏ  ପଢ଼ିଛନ୍ତି। ସେଭଳି ପ୍ରାର୍ଥୀ ଅଜିତ ସାହୁ, ରବିନ୍ଦ୍ର ମହାପାତ୍ର, କୃଷ୍ଣ କେଶବ ଷଡଙ୍ଗୀ ବିଏଏଲଏଲବି ପଢ଼ିଛନ୍ତି। ବିଜେଡି ପ୍ରାର୍ଥୀ ମୁନ୍ନା ରଥ ଆଇଏ , କଂଗ୍ରେସ ପ୍ରାର୍ଥୀ ନରେନ୍ଦ୍ର ମହାନ୍ତି ଯୁକ୍ତ ୨ ବାଣିଜ୍ୟ, ବିଜେପି ପ୍ରାର୍ଥୀ ଲିଟି ପଟ୍ଟନାୟକ, ଅମୃତ ଖରା, ପ୍ରକାଶ ଚନ୍ଦ୍ର ନାୟକ, ଅରୁଣ କୁମାର ବେହେରା, ମୀନକେତନ ଷଡଙ୍ଗୀ, ସତ୍ୟବ୍ରତ ନନ୍ଦ , ଏମଜି.ସୁଧିର କୁମାର ମାଟ୍ରୀକ ପାସ୍ ,ରିନାଲା‌ଲ ନାୟକ-୮ମ ଫେଲ୍,  ସ୍ବାଗତିକା ସେଠୀ  ଯୁକ୍ତ ୨ କଳା ଓ ରାମେଶ୍ବର ଗୌଡ଼ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। ୧୮ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କଂଗ୍ରେସ ପ୍ରର୍ଥୀ ନରିଙ୍କ ନାଁରେ ରାସ୍ତାରୋକ ମାମଲା ଏବଂ ରବିନ୍ଦ୍ରଙ୍କ ନାଁରେ କୋଭିଡ୍ ସମୟରେ ଭୁବନେଶ୍ବରରୁ ଆସିଥିବା ଭଳି ମାମଲା ରହିଛି।

ସମ୍ବନ୍ଧିତ ଖବର